ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ସଫଳତା: ଯୁକ୍ତ ୨ ବିଜ୍ଞାନରେ ୯୦%ରୁ ଅଧିକ ମାର୍କ ରଖି କୃତକାର୍ଯ୍ୟ ହେଲେ ୭୨ ଜଣ ଛାତ୍ରଛାତ୍ରୀ

242

କନକ ବ୍ୟୁରୋ: ଗତକାଲି ଓଡିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ +୨ ବିଜ୍ଞାନ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଯାଇଅଛି । ଉକ୍ତ ପରୀକ୍ଷା ଫଳାଫଳରେ କଟକ ଟାଙ୍ଗିସ୍ଥିତ ଟେଟ୍ରାହେଡ୍ରନ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନର +୨ ବିଜ୍ଞାନ କଲେଜ ଉଚ୍ଚମାନର ସଫଳତା ପାଇପାରିଛି । ଏଥି ମଧ୍ୟରୁ ୭୨ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖି କଲେଜର ଗୌରବ ବଢ଼ାଇଥିବା ବେଳେ ୫ଜଣ ବିଦ୍ୟାର୍ଥୀ ୯୫%ରୁ ଅଧିକ ମାର୍କ ରଖିବାରେ ସକ୍ଷମ ହୋଇଛନ୍ତି ।

ସେଥିମଧ୍ୟରୁ – ହିଂମାଶୁ ଶେଖର ରାଉତ- ୫୭୮, ଅଭିପ୍ସା ସ୍ୱାଇଁ – ୫୭୮, ଅମ୍ରିତାଂଶୁ ଜେନା – ୫୭୭, ଆଶୀର୍ବାଦ ବିଶ୍ୱାଳ – ୫୭୬, ଶୁଭମ୍ ସତ୍ୟପ୍ରକାଶ ରାଉତ-୫୭୫ ଏହାଛଡା ୯୩ଜଣ ୮୯%, ୧୧୧ଜଣ -୮୮%, ୧୯୨ଜଣ – ୮୫%, ୨୪୭ଜଣ ୫୦୦ରୁ ଅଧିକ ମାର୍କ ରଖିଥିବା ବେଳେ ୩୪୮ଜଣ -୮୦%, ୪୮୧ଜଣ ୭୫%, ୫୬୪ଜଣ -୭୦% , ପ୍ରଥମ ଶ୍ରେଣୀରେ ସମୁଦାୟ ୬୩୫ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ୨ଜଣ ଦ୍ୱିତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇ କଲେଜକୁ ଗୌରବ ମଣ୍ଡିତ କରିଛନ୍ତି ।

 ଟେଟ୍ରାହେଡ୍ରନ୍                                                     ଟେଟ୍ରାହେଡ୍ରନ୍ ଓମେନ୍ସ୍ 

ହାଇୟର ସେକେଣ୍ଡାରୀ ସ୍କୁଲର ସଫଳତା                    ହାଇୟର ସେକେଣ୍ଡାରୀ ସ୍କୁଲ୍ର ସଫଳତା

୯୦% ରୁ ଅଧିକ – ୩୩ ଜଣ                                 ୯୦% ରୁ ଅଧିକ – ୩୯ ଜଣ

୮୯% ରୁ ଅଧିକ – ୪୪ ଜଣ                                 ୮୯% ରୁ ଅଧିକ – ୪୯ ଜଣ

୮୮% ରୁ ଅଧିକ – ୫୬ ଜଣ                                 ୮୮% ରୁ ଅଧିକ – ୫୫ ଜଣ

୮୫% ରୁ ଅଧିକ – ୧୦୯ଜଣ                               ୮୫% ରୁ ଅଧିକ – ୮୩ ଜଣ

୫୦୦ରୁ ଉଦ୍ଧ୍ୱର୍ – ୧୫୨ ଜଣ                               ୫୦୦ରୁ ଉଦ୍ଧ୍ୱର୍ – ୯୫ ଜଣ

୮୦% ରୁ ଅଧିକ – ୨୩୪ ଜଣ                             ୮୦% ରୁ ଅଧିକ – ୧୧୪ ଜଣ

୭୫% ରୁ ଅଧିକ – ୩୬୧ଜଣ                              ୭୫% ରୁ ଅଧିକ – ୧୨୦ ଜଣ

୭୦% ରୁ ଅଧିକ – ୪୩୯ଜଣ                              ୭୦% ରୁ ଅଧିକ – ୧୨୫ ଜଣ

୬୦% ରୁ ଅଧିକ – ୫୦୭ ଜଣ                            ୬୦% ରୁ ଅଧିକ – ୧୨୮ ଜଣ

ଏହି ଅପୂର୍ବ ସଫଳତା ପାଇଁ କଲେଜର ଅଧ୍ୟକ୍ଷ ତ୍ରିଦେବ ବେହେରା ପିଲାମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହିତ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି ।