ଜଣେ ଗରିବ ବ୍ୟକ୍ତିଙ୍କ ସଫଳତାର କାହାଣୀ ! ପିଲାଦିନେ ରାସ୍ତା କଡରେ ବିକ୍ରି କରୁଥିଲେ ଲଡୁ ଏବଂ ଗୋଲା, ଏବେ ୩୦ କୋଟିର ମାଲିକ ପାଲଟିଛନ୍ତି ଉତ୍ତମଚାନ୍ଦ ।

55

ଦୃଢ ମନବଳ ଏବଂ ଇଚ୍ଛା ଶକ୍ତିଥିଲେ କୌଣସି ବି କାମ ଅସମ୍ଭବ ହୋଇନଥାଏ । ଅର୍ଥାତ ଇଚ୍ଛାଶକ୍ତି ଥିଲେ ଦୁନିଆର କୌଣସି ବି ଶକ୍ତି ଆପଣଙ୍କୁ ଲକ୍ଷ ସ୍ଥଳରେ ପହଞ୍ଚିବାରେ ରୋକିପାରିବ ନାହିଁ । ଦେଶର ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କଠିନ ପରିଶ୍ରମ ଏବଂ ଇଚ୍ଛାଶକ୍ତି ବଳରେ ତାଙ୍କ ଲକ୍ଷ ସ୍ଥଳରେ ପହଞ୍ଚିବାରେ ସଫଳ ହୋଇଛନ୍ତି । ଠିକ ସେହିଭଳି ଏକ ଘଟଣା ଘଟିଛି ରାୟପୁର ସହରର ଉଧୋଗପତି ଉତ୍ତମଚାନ୍ଦ ତାରବାନିଙ୍କ ସହିତ । ସେ ପିଲାଟି ବେଳରୁ ରାସ୍ତାକଡରେ ଲଡୁ ଏବଂ ବରଫ ଗୋଲା ବିକ୍ରି କରୁଥିଲେ କିନ୍ତୁ ଏବେ ସେ ଚାରୋଟି ଫ୍ୟାକ୍ଟ୍ରିର ମାଲିକ ହୋଇପାରିଛନ୍ତି । ଏହା କେବଳ ସମ୍ଭବ ହୋଇପାରିଛି କଠିନ ପରିଶ୍ରମ ଏବଂ ଦୃଢ ଇଚ୍ଛାଶକ୍ତି କାରଣରୁ ।

ଉତ୍ତମଚାନ୍ଦଙ୍କ କହିବା ଅନୁସାରେ, ଯଦି କିଛି ପାଇବାର ଆଶା ଅଛି ତେବେ ପୁରା ମନ ଲଗାଇ ସେହି କାମ କରିବା ଉଚିତ । ସେ ପର୍ଯ୍ୟନ୍ତ ହାର ମାନିବା କଥା ନୁହେଁ ଯେପର୍ଯ୍ୟନ୍ତ ଆପମଙ୍କ ଲକ୍ଷ ପୁରା ହୋଇନଯାଇଛି । ଉତ୍ତମଚାନ୍ଦ ତାଙ୍କ ଜୀବନରେ ଅନେକ କଷ୍ଟ କରିଛନ୍ତି । ଯେତେବେଳେ ସେ ୧୦ ବର୍ଷର ଥିଲେ ସେତେବେଳେ ସେ ତାଙ୍କ ପିତାଙ୍କୁ ହରାଇ ବସିଥିଲେ । ପିତାଙ୍କ ମୃତ୍ୟୁ ପରେ ଘରର ସମ୍ପୁର୍ଣ୍ଣ ଭାର ତାଙ୍କ ଉପରକୁ ଆସିଯାଇଥିଲା । ଉତ୍ତମଙ୍କ ବଡ ଭାଇ ଏବଂ ଭଉଣି ମଧ୍ୟ କାମ କରୁଥିଲେ । ଏହାପରେ ଉତ୍ତମ ନିଜ ଘରର ଭରଣ ପୋଷଣ ପାଇଁ ରାସ୍ତା କଡରେ ଲଡୁ ଏବଂ ବରଫ ଗୋଲା ବିକ୍ରି କରିବା ଆରମ୍ଭ କରିଥିଲେ । ରାସ୍ତାରେ ଲଡୁ ଏବଂ ଗୋଲା ବିକ୍ରି କରିବା ସତ୍ୱେ ବି ଦିପ୍ରହରେ କିଛି ସମୟ ବାହାର କରି ଅଫିସ ରୁ ଅଫିସ ବୁଲି ଖାଇବା ଟିଫିନ ପାର୍ସଲ କରୁଥିଲେ । ୧୫ ବର୍ଷ ବୟସରେ ଉତ୍ତମ ରାସ୍ତା କଡକୁ ଛାଡି ପ୍ରଥମ ଥର ପାଇଁ ଏକ ସାବୁନ ଫ୍ୟାକ୍ଟ୍ରିର୍ କାମ କରିବା ଆରମ୍ଭ କଲେ । ଏହା ପରେ ସେ ଫ୍ୟାକ୍ଟ୍ରି ଛାଡି ନିଜେ ଏକ ସାବୁନ ଫ୍ୟାକ୍ଟ୍ରି ଆରମ୍ଭ କରିଲେ । ପ୍ରଥମେ ପ୍ରଥମେ ବିଜନେଜରେ କିଛି ମାତ୍ରାରେ ଘାଟା ହୋଇଥିଲା । କିନ୍ତୁ ସେ ହାର ମାନିନଥିଲେ ମନରେ ସାହସ ରଖି ଆଗକୁ ବଢି ଚାଲିଥିଲେ । ଏବେ ଉତ୍ତମ ୩୦ କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି । ତାଙ୍କ ଫ୍ୟାକ୍ଟ୍ରିରେ ହଜାର ହଜାର ଲୋକ କାମ କରୁଛନ୍ତି । କମ୍ପାନୀର କର୍ମଚାରୀ ମାନଙ୍କୁ ସରକାରୀ ଚାକିରିଆଙ୍କ ଦରମା ଠାରୁ ଅଧିକ ଟଙ୍କା ଦରମା ଦେଉଛନ୍ତି ଉତ୍ତମ ।