କନକ ବ୍ୟୁରୋ : ୧୯୧୨ ମସିହାରେ ପ୍ରଶାନ୍ତ ମହାସାଗରରେ ବୁଡ଼ିଯାଇଥିବା ଯାତ୍ରୀବାହୀ ଜାହାଜ ଟାଇଟାନିକର ଭଗ୍ନାବଶେଷ ଦେଖିବାକୁ ଯାଇଥିବା ଅନ୍ୟ ଏକ ଛୋଟ ବୁଡ଼ାଜାହଜ ଉପରେ ଏବେ ସାରା ବିଶ୍ୱର ନଜର । ୪ ଯାତ୍ରୀ ଓ ଜଣେ ନାବିକଙ୍କୁ ନେଇ ଗଭୀର ସମୁଦ୍ରକୁ ଯାତ୍ରା କରିଥିବା ଏହି ବୁଡ଼ାଜାହାଜ ଗତ ରବିବାର ଠାରୁ ନିଖୋଜ ହୋଇଯାଇଛି । ଏହି ଛୋଟ ବୁଡ଼ାଜାହାଜକୁ ମଧ୍ୟ ଟାଇଟନ ବୋଲି କୁହାଯାଇଥାଏ ।

Advertisment

ଆମେରିକାର ମାସାଚ୍ୟୁଟେସର କେପ୍ କୋଡଠୁ ୧୪ ଶହ ୫୦ କିଲୋମିଟର ଦୂରରେ ଥିବା ବେଳେ ଟାଇଟନ ବୁଡ଼ାଯାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ନିଖୋଜ ଥିବା ବୁଡ଼ାଜାହଜ ୧୦ରୁ ୧୧ ଘଂଟା ମଧ୍ୟରେ ଟାଇଟାନିକ୍ ବୁଡିଯାଇଥିବା ସ୍ଥାନରେ ପହଂଚିବାର ଥିଲା । ହେଲେ ଜାହଜ ଯାତ୍ରା ଆରମ୍ଭ କରିବାର ୪ ଘଂଟା ପରେ ନିଖୋଜ ହୋଇଯାଇଥିଲା ।

ଗତ ରବିବାର ବୁଡ଼ାଜାହଜ ନିୟନ୍ତ୍ରଣ ବାହାରକୁ ଯାଉଥିବା ନେଇ ଆମେରିକାର ତଟରକ୍ଷୀ ବାହୀନୀ ଉକ୍ତ ଜାହାଜରୁ ଏକ ଫୋନ କଲ ପାଇଥିଲେ । ଏହା ପରେ ସେହି ବୁଡ଼ାଜାହଜକୁ ଖୋଜିବାକୁ ତିନି ଦେଶର ଉଦ୍ଧାରକାରୀ ଲାଗିପଡିଛନ୍ତି । ଆମେରିକାର ତଟରକ୍ଷୀ ବାହିନୀ, କାନାଡ଼ାର ମିଲିଟାରି ବିମାନ ଓ ଫ୍ରାନ୍ସର ବୁଡ଼ାଜାହଜ ଟାଇଟନ ଭେସେଲ ଖୋଜିବାରେ ଲାଗିପଡିଛନ୍ତି । ଶବ୍ଦର ପ୍ରତିଧ୍ୱନୀ ଦ୍ୱାରା ପାଣିତଳେ ଥିବା ବସ୍ତୁର ସନ୍ଧାନ ପାଇଁ ଫ୍ରାନ୍ସର ବୁଡ଼ାଜାହଜରେ ସୋନାର ସିଷ୍ଟମର ବ୍ୟବସ୍ଥା ରହିଛି । ଯାହା ନିଖୋଜ ବୁଡ଼ାଜାହଜକୁ ଖୋଜିବାରେ ସହାୟକ ହେବ ବୋଲି କୁହାଯାଉଛି ।

କୌଣସି ପ୍ରକାର ଅସୁବିଧା ହେଲେ ବଂଚିରହିବା ପାଇଁ ଟାଇଟନ ବୁଡ଼ାଜାହଜରେ ୯୬ ଘଂଟାର ଅମ୍ଳଜାନର ବ୍ୟବସ୍ଥା ରହିଥିଲା । ଯେଉଁ ଅମ୍ଳଜାନ ଏବେ ଶେଷ ପର୍ଯ୍ୟାୟରେ ପହଂଚିଥିବା କୁହାଯାଉଛି । ବୁଡ଼ାଜାହଜରେ ଆଉ କିଛି ଘଂଟାର ଅମ୍ଳଜାନ ବାକି ରହିଥିବା ବେଳେ ଯାତ୍ରୀମାନଙ୍କ ବାବଦରେ ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିପାରୁ ନାହିଁ । ସେହିପରି ସେମାନଙ୍କ ପାଖରେ ଖାଦ୍ୟ ମଧ୍ୟ ସରିଯାଇଥିବା ଅନୁମାନ କରାଯାଉଛି । ଏପରି ସ୍ଥତିରେ ଯଦି ଶୀଘ୍ର ସେମାନଙ୍କୁ ଉଦ୍ଧାର କରାନଯାଏ, ତେବେ ସେମାନଙ୍କ ଜୀବନ ବଂଚାଇବା ସମ୍ଭବ ହୋଇନପାରେ ବୋଲି କୁହାଯାଉଛି । ଏହି ବୁଡ଼ାଜାହଜରେ ବ୍ରିଟେନର କୋଟିପତି ହାମିଶ ହାର୍ଡିଂ, ପାକିସ୍ତାନର ବଡ଼ ବ୍ୟବସାୟୀ ସେହେଜାଦା ଦାଉଦ ଏବଂ ତାଙ୍କ ପୁଅଙ୍କ ସମେତ ୫ ଜଣ ବ୍ୟକ୍ତି ଥିଲେ ।