ପୁଣି ବିଧାନସଭାରେ ଆତ୍ମାହୁତି ଧମକ ଦେଲେ ବିଜେପି ବିଧାୟକ : ସମସ୍ତ ଧାନ କିଣାନଗଲେ ଆତ୍ମାହୁତି ଦେବାକୁ ଚେତାବନୀ

161

କନକ ବ୍ୟୁରୋ : ଆଜି ବିଧାନସଭାରେ ପୁଣି ଉଠିଛି ଧାନଉଠା ପ୍ରସଙ୍ଗ । ଧାନ ମଣ୍ଡି ସମସ୍ୟାକୁ ନେଇ ବିଧାନସଭା ଅଚଳ । ସରକାରଙ୍କୁ ଘେରିଲେ ବିରୋଧୀ । ପୁଣି ଥରେ ଆତ୍ମାହୁତି ଧମକ ଦେଇଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ତାଙ୍କ କହିବାନୁଯାୟୀ, ସାରା ରାଜ୍ୟରେ ଧାନ ମଣ୍ଡି ସମସ୍ୟା ଦେଖାଯାଉଛି । ମଣ୍ଡିରୁ ଧାନ ଉଠୁନାହିଁ । ଯେଉଁ ଚାଷୀମାନେ ଧମକ ଦେଇଥିଲେ ଆହ୍ମହତ୍ୟା କରିବୁ, ସେମାନଙ୍କ ଧାନ ଉଠାଗଲା , ଅନ୍ୟମାନଙ୍କ ଧାନ ସେମିତି ପଡି ରହିଛି । ଚାଷୀମାନେ ଆତ୍ମହତ୍ୟା କରିବା ଭଳି ପ୍ରକ୍ରିୟା ଆରମ୍ଭ ହେଲାଣି। ରାଜ୍ୟ ସରକାର ଗୃହ ପ୍ରତି ଅବମାନନା କରିଛନ୍ତି ଓ ବିଶ୍ୱାସଘାତକତା କରିଛନ୍ତି।

ସେପଟେ, ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଣ୍ଡି ସମସ୍ୟାକୁ ନେଇ ତାତିଛନ୍ତି ବିରୋଧୀ । ପ୍ରଶ୍ନକାଳ ଆରମ୍ଭରେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ମଣ୍ଡିରୁ ଧାନ ନଉଠିବା ପ୍ରସଙ୍ଗକୁ ନେଇ ହଙ୍ଗାମା କରିଛନ୍ତି । ଗୃହ ମଧ୍ୟଭାଗକୁ ମାଡି ଆସି ବିରୋଧୀ ହୋହାଲ୍ଲା କରିବାରୁ ପ୍ରଶ୍ନକାଳ ଚାଲି ପାରିନଥିଲା । ଫଳରେ ବାଚସ୍ପତି ଗୃହକୁ ସାଢେ ୧୧ଟା ଯାଏଁ ମୁଲତବି ରଖିିଥିଲେ । ପରେ ସାଢେ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବି ବିରୋଧୀ ମଣ୍ଡି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ । ଫଳରେ ଗୃହକୁ ଅପରାହ୍ନ ୪ଟାରେ ମୁଲ୍ୱୀ ରଖିଛନ୍ତି ବାଚସ୍ପତି । ଖାଦ୍ୟ ଯୋଗାଣ ମନ୍ତ୍ରୀ ଉତର ଦେବାକୁ ବାଚସ୍ପତିଙ୍କ ରୁଲିଂ ଦେଇଛନ୍ତି ।