କନକ ବ୍ୟୁରୋ: ‘ଅନ ହୋନି କୋ ହୋନି କରଦେ ବୋ ହେ ଧୋନୀ’ । ଏହି ଉକ୍ତିର ଯଥାର୍ଥକୁ ସବୁବେଳେ ପ୍ରମାଣିତ କରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ୱିକେଟକିପର ମହେନ୍ଦ୍ର ସିଂହ ଧୋନି। ଗତ କାଲି ପୁଣେ ଠାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ପୁଣିଥରେ ନିଜର ପ୍ରଭାବୀ ପ୍ରଦର୍ଶନ ଦେଖାଇଛନ୍ତି ମାହି। ଯୁବ ୱିକେଟ୍ କିପର ଭଳି ରକ୍ଷଣାତ୍ମମ ଭାବେ ଏକ ଚମକ୍ରାର କ୍ୟାଚ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ୩୭ ବର୍ଷିଅ ଧୋନିଙ୍କ ନିକଟରେ ଆଜି ଯୁବ ଭଳି ଶକ୍ତି ଥିବା ଦେଖାଯାଇଥିଲା। ପୁନେ ଦିନିକିଆରେ ୬ଷ୍ଠ ଓଭରରେ ଏକ ବିଶାଳ କ୍ୟାଚ ନେବା ସହିତ ଧୋନି ଚନ୍ଦ୍ରପଲ ହେମରାଜଙ୍କୁ ପାଭଲିଅନ ପଠାଇ ଦେଇଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ରୁ ବାଦ ପଡ଼ିବା ପରେ ଧୋନି ଆଜି ପୁନେ ଦିନିକିଆରେ ଏକ ଦମଦାର କ୍ୟାଚ ନେଇ ଚୟନକର୍ତ୍ତାଙ୍କୁ ଚମକାଇ ଦେଇଛନ୍ତି। ଯଶପ୍ରୀତ ବୁମରାଙ୍କ ବାଉନସର, ଯାହାକି ଚନ୍ଦ୍ରପଲଙ୍କ ମଥା ଉପରକୁ ଉଠିଥିଲା ତାକୁ ହୁକ କରିବା ବ୍ୟତୀତ ଅନ୍ୟ ଉପାୟ ନଥିଲା । ଓ୍ଵିକେଟ ପଛରେ ଧୋନି ପୂର୍ବରୁ ପ୍ରସ୍ତୁତ ଥିଲେ । ବ୍ୟାଟରେ ବଲ ସଂଯୋଗ ହୋଇ ଉରକୁ ଉଠିବା ମାତ୍ରେ ଧୋନି ଦୌଡ଼ି ଯାଇ ଡାଇଭ୍ ମାରି କ୍ୟାଚ ଧରିଥିଲେ । ଓ୍ଵିକେଟକିପର ଧୋନି ନିଜସ୍ୱ ଉଦ୍ୟମରେ ପୁନେ ଦିନିକିଆରେ ୩ ଓ୍ଵିକେଟ ନେଇଛନ୍ତି । ଏଥି ସହିତ ବିଶ୍ୱର ଜଣେ ଭଲ ଓ୍ଵିକେଟକିପର ବୋଲି ପୁଣି ଥରେ ପ୍ରମାଣିତ କରିଛନ୍ତି ମାହି ।
ତେବେ ଧୋନୀଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆଗାମୀ ୩ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁଥିବା ଟି-୨୦ ସିରିଜ୍ ରୁ ବାଦ୍ ରଖିଛନ୍ତି ଚୟନକର୍ତ୍ତା । ଯାହାକି ଦର୍ଶାଉଛି ଯେ, ୨୦୧୯ ବିଶ୍ୱକପ ପର୍ଯ୍ୟନ୍ତ ଧୋନୀଙ୍କୁ ଏକ ଦିବସୀୟ ମ୍ୟାଚ୍ ଖେଳିବା ପାଇଁ ମନସ୍ଥ କରିଛନ୍ତି ଚୟନକର୍ତ୍ତା । ଏବଂ ହୁଏତ ୨୦୧୯ ବିଶ୍ୱକପ ପରେ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ଜଗତରୁ ବିଶ୍ରାମ ଦିଆଯାଇପାରେ । କିନ୍ତୁ ଗତକାଲିର କ୍ୟାଚ୍ ଏବଂ ଧୋନୀଙ୍କ ଫିଟନେସ୍ ଲେଭଲକୁ ଦେଖିଲେ ହୁଏତ କ୍ରୀଡ଼ା ସମୀକ୍ଷକମାନେ ଧୋନୀଙ୍କୁ ଆହୁରି ଅଧିକ ମ୍ୟାଚ୍ ଏବଂ ଫର୍ମାଟରେ ଖେଳିବାକୁ ଇଛା ପ୍ରକାଶ କରୁଛନ୍ତି ।