କନକ ବ୍ୟୁରୋ : ଭଲ ଚାକିରି ପାଇଁ ଭଲ ପାଠ ପଢିଥିବା କଥା ଆମେ ଶୁଣିଛେ, କିନ୍ତୁ ଭଲ ଚାକିରି ପାଇଁ ଭାରତୀୟମାନେ ବିଦେଶରେ ପାଠ ପଢିବାକୁ ଚାହୁଁଛନ୍ତି । ଏକ ରିପୋର୍ଟ ମୁତାବକ ଭଲ ଚାକିରି ପାଇଁ ପ୍ରାୟ ୮୩ ପ୍ରତିଶତ ଭାରତୀୟ ଛାତ୍ରଛାତ୍ରୀ ବିଦେଶରେ ପଢିବାକୁ ଚାହୁଁଛନ୍ତି । ଦ ଲିପ୍-ଇପ୍ସୋ ଷ୍ଟ୍ରାଟେଜି ଷ୍ଟଡି ଅନୁଯାୟୀ, ଭାରତରେ ୫୭ ପ୍ରତିଶତ ମଧ୍ୟବିତ ପରିବାର, ଯେଉଁମାନଙ୍କ ମାସିକ ଆୟ ୩ରୁ ୧୦ ଲକ୍ଷ ଟଙ୍କା, ସେମାନେ ତାଙ୍କ ପିଲାଙ୍କୁ ବିଦେଶରେ ପାଠ ପଢାଇବାକୁ ଚାହୁଁଛନ୍ତି । ୪୨ ପ୍ରତିଶତ ଭାରତୀୟ ଛାତ୍ରଛାତ୍ରୀ ଏଭଳି ଦେଶରେ ଯାଇ ପଢୁଛନ୍ତି, ଯେଉଁଠି ପ୍ରଥମ ଭାଷା ଇଂରାଜୀ ନୁହେଁ । ବିଦେଶରେ ପାଠ ପଢିବାରେ ସବୁଠୁ ଅଧିକ ଭାରତୀୟ ଅଛନ୍ତି । ରିପୋର୍ଟ ମୁତାବକ ୨୦୨୫ ସୁଦ୍ଧା ୨୦ ଲକ୍ଷ ଭାରତୀୟ ଛାତ୍ରଛାତ୍ରୀ ବିଦେଶ ପାଠ ପଢିବାକୁ ଯିବେ ଏବଂ ତାଙ୍କର ପଢା ଖର୍ଚ୍ଚ ବାବଦକୁ ୮ ହଜାର ୧୮୮ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।