ସାର୍ ! ଆପଣ ଡେରିରେ ଆସିଲେ କାହିଁକି…? ପିଲାଙ୍କ ପ୍ରତିବାଦ ପରେ ମାତାଲ ମାଷ୍ଟ୍ରେଙ୍କ କଙ୍ଗାରୁ କୋର୍ଟ । କାନ ଧରେଇଲେ, ସ୍କୁଲ ସାମ୍ନାରେ ଆଣ୍ଠେଇ ଦେଲେ ।

685

କନକ ବ୍ୟୁରୋ: ମଦୁଆ ସାରଙ୍କ କଙ୍ଗାରୁ କୋର୍ଟ । ଶିକ୍ଷାଦାନ ବଦଳରେ ଛାତ୍ରଛାତ୍ରୀଙ୍କୁ ରାସ୍ତା ଉପରେ ଆଣ୍ଠେଇ ଦେଲେ ମଦ୍ୟପ ଶିକ୍ଷକ । ପିଲା ପ୍ରତିବାଦ କରିବୂାରୁ ଏଭଳି ଦଣ୍ଡ ଦେଳେ ମାତାଲ ସାର । ଏଭଳି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ଲେମ୍ବୋ ପଂଚାୟତ ବାଲିଆ ପ୍ରାଥମିକ ବିଦ୍ୟାଳୟରେ ।

ତେବେ ସ୍କୁଲକୁ ସାର ସବୁଦିନ ଡେରିରେ ଆସନ୍ତି । ମଦ ପିଇ ସାର ସ୍କୁଲକୁ ଡେରିରେ ଆସୁଥିବାରୁ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଥିଲେ । । ଆଉ ପିଲାଙ୍କ ପ୍ରତିବାଦ ପରେ ସେମାନଙ୍କୁ ସ୍କୁଲ ଆଗରେ କାନଧରି ଆଣ୍ଠେଇ ଦେଇଥିଲେ ଶିକ୍ଷକ ମକରନ୍ଦ ମହାନ୍ତ ।

ତେବେ ଘଟଣା ପରେ ଗ୍ରାମବାସୀମାନେ ବିରୋଧ କରିବାରୁ ମାତାଲ ଶିକ୍ଷକ ଜଣଙ୍କ ପିଲାମାନଙ୍କ ସହ ରାସ୍ତା ଉପରେ ବସିବା ସହ ତାଙ୍କ ଫଟୋ ଉଠାଇବା ପାଇଁ କହିଥିଲେ । ତେବେ ଏଠି ପ୍ରଶ୍ନ ଉଠୁଛି ଶିକ୍ଷକ ହୋଇ ଯଦି ସ୍କୁଲକୁ ମଦ ପିଇ ଆସିବେ ତେବେ ପିଲା ସେମାନଙ୍କ ଠାରୁ କଣ ଶିଖିବେ ?