ମାଟ୍ରିକ୍ ପରୀକ୍ଷା ଫଳକୁ ନେଇ ବିଭିନ୍ନ ସ୍ଥାନରୁ ଆସିଲା ଅସନ୍ତୋଷର ଚିତ୍ର : କଟକ କଲେଜ ଛକ ଓ ଭୁବନେଶ୍ୱର ନିଳାଦ୍ରି ବିହାର ଶିଶୁ ମନ୍ଦିରରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପ୍ରତିବାଦ

513

କନକ ବ୍ୟୁରୋ : ମାର୍କକୁ ନେଇ ପିଲାଙ୍କ ମନ ଖରାପ । ମାଟ୍ରିକ ପରୀକ୍ଷା ଫଳକୁ ନେଇ କଟକ କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏନେଇ ଆଜି ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ କଲେଜରେ ଏକାଠି ହୋଇ ପ୍ରତିବାଦ ଜଣାଇଛନ୍ତି ।

କେଉଁ କାରଣରୁ ମାର୍କ କମିଳା ସେ ନେଇ ସେମାନେ ସ୍କୁଲ କର୍ତୃପକ୍ଷଙ୍କ ଅଭିଯୋଗ କରିଛନ୍ତି । କରୋନା ସ୍ଥିତ ଯୋଗୁଁ ସ୍ୱତନ୍ତ୍ର ମାପଦଣ୍ଡ ଅନୁସାରେ ମାଟ୍ରିକ ପିଲାଙ୍କ ମୂଲ୍ୟାୟନ କରାଯାଇ ପରୀକ୍ଷା ଫଳ ପ୍ରକାଶ କରାଗଲା। ତେବେ ଏନେଇ କିଛି ଜାଗାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେମାନଙ୍କ ମାର୍କ କମିଯାଇଥିବା ଅଭିଯୋଗ କରୁଛନ୍ତି ।

ସେହିପରି ଭୁବନେଶ୍ୱରରେ ମଧ୍ୟ ମାଟ୍ରିକ୍ ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ନିଳାଦ୍ରୀ ବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାର୍କକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସ୍କୁଲ ପରିସରରେ ଛାତ୍ରଛାତ୍ରୀମାନେ ରୁଣ୍ଡ ହୋଇ ଏହାର ପ୍ରତିବାଦ କରିବା ସହ ଏହାର ପୁର୍ନରବିଚାର କରିବା ପାଇଁ ଦାବି କରିଛନ୍ତି ।