ପିଆଜ ଦର ବୃଦ୍ଧିକୁ ନେଇ ଛାତ୍ର କଂଗ୍ରେସର ପ୍ରତିବାଦ । କୃଷିମନ୍ତ୍ରୀଙ୍କ ରାଜା ସ୍ୱାଇଁଙ୍କ ସରକାରୀ ବାସଭବନ ସାମ୍ନାରେ ଅଭିନବ ଢଙ୍ଗରେ ବିକ୍ଷୋଭ

155

କନକ ବ୍ୟୁରୋ: ପିଆଜ ଦର ବୃଦ୍ଧି ନେଇ ରାଜରାସ୍ତାରେ ଗର୍ଜିଲା ଛାତ୍ର କଂଗ୍ରେସ । କୃଷି ମନ୍ତ୍ରୀ ରାଜା ସ୍ୱାଇଁଙ୍କ ସରକାରୀ ବାସ ଭବନ ସାମନାରେ ଚାଲିଛି ପିଆଜ ବିକ୍ରିି । ଟୋକେଇରେ ପିଆଜ ଭର୍ତ୍ତି କରି ମୁଣ୍ଡେଇ ବିକ୍ରି କରୁଛନ୍ତି । ପ୍ରତି ପିଆଜ କିଲେ ୨୦ ଟଙ୍କାରେ ବିକ୍ରିି କରାଯାଉଛି । ପିଆଜର ଆକାଶ ଛୁଆଁ ଦର ବୃଦ୍ଧିକୁ ବିରୋଧ କରି ପ୍ରତିବାଦ ଚାଲିଛି ।

କାର୍ତ୍ତିକ ମାସ ଆରମ୍ଭ ରୁ ପିଆଜ ଦର ହୁହୁ ହୋଇ ବଢିଚାଲିଛି । ରାଜ୍ୟ ସରକାର ପିଆଜ ପାଇଁ କାହିଁକି ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛନ୍ତି? କାହିଁକି ରାଜ୍ୟରେ ଶୀତଳ ଭଣ୍ଡାର କରୁନାହାନ୍ତି ରାଜ୍ୟ ସରକାର ବୋଲି କଂଗ୍ରେସ ପ୍ରଶ୍ନ କରିଥିବାବେଳେ ଏ;ନଇ କେନ୍ଦ୍ରକୁ ଦାୟୀ କରିଛି ବିଜେଡି । ଦର ନିୟନ୍ତ୍ରଣ କରିବା ଦାୟିତ୍ୱ ହେଉଛି କେନ୍ଦ୍ରର ବୋଲି ବିଜେଡି କହିଛି ।