ଭୁବନେଶ୍ୱରରେ ଛାତ୍ରୀଙ୍କ ରହସ୍ୟମୟ ମୃତ୍ୟୁ : ଫାର୍ମ ହାଉସରେ ପାଣି ଭିତରୁ ମିଳିଲା ଯୁକ୍ତ ଦୁଇ ଛାତ୍ରୀଙ୍କ ମୃତଦେହ

458

କନକ ବ୍ୟୁରୋ : ଫାର୍ମ ହାଉସରୁ ମିଳିଲା ଛାତ୍ରୀଙ୍କ ମୃତଦେହ । ରଘୁନାଥପୁର ନିକଟସ୍ଥ ଏକ ଫାର୍ମ ହାଉସରୁ ମୃତଦେହ ମିଳିଲା । ସିଇଟି କଲେଜର ଜଣେ ପ୍ରଫେସରଙ୍କ ଝିଅଙ୍କ ମୃତଦେହ ହୋଇଥିବା ସୂଚନା ମିଳିଛି । ଫାର୍ମହାଉସ ନିକଟରେ ଥିବା ପୋଖରୀରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ରୀଙ୍କ କିପରି ମୃତ୍ୟୁ ହେଲା ବର୍ତ୍ତମାନ ସୁଦ୍ଧା ଜଣାପଡିନି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେପଟେ, ଝିଅର ମୃତଦେହ ମିଳିବା ପରେ ବାପାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଝିଅ ପାଠପଢାରେ ବହୁତ ଆଗ୍ରହୀ ଥିଲା । ଜେଇଇ ଏଣ୍ଟ୍ରାନ୍ସରେ ମାର୍କ କମ୍ ଥିବାରୁ ମନଦୁଃଖରେ ଥିଲା । ରେଜଲ୍ଟ ଖରାପ ଯୋଗୁଁ ଘରେ କାନ୍ଦିଥିଲା ଝିଅ । ଯୁକ୍ତ ଦୁଇ ବିଜ୍ଞାନରେ ପଢୁଥିଲା, ୮୯% ମାର୍କ ରଖିଥିଲା । ଅଗଷ୍ଟ ପ୍ରଥମ ସପ୍ତାହରେ ବାହାରିଥିଲା ରେଜଲ୍ଟ । ସିସିଟିଭିରୁ ଫଲୋ କରି ଫାର୍ମହାଉସକୁ ଆସିବା ପରେ ଦେଖିଲୁ । ମନକୁମନ ଫାର୍ମହାଉସ ଭିତରକୁ ଝିଅ ଆସିଥିବା ମୁଁ ଭାବିପାରୁନି । ପାଚେରି ଡେଇଁ ଭିତରକୁ କେମିତି ଆସିଲା ସନ୍ଦେହ ହେଉଛି । ଆତ୍ମହତ୍ୟା କରିବାର ଥିଲେ ଘର ନିକଟ ପୋଖରୀକୁ ଯାଇପାରିଥାଆନ୍ତା । ତେବେ ଝିଅଟିର ମୃତ୍ୟୁକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।