ଖାଅ ପିଅ ଭୋଟ ଦିଅ ! କଲେଜ ନିର୍ବାଚନରେ ମଟନ୍ ବିରିୟାନୀ

54

କନକ ବ୍ୟୁରୋ : ସରିଲା ପ୍ରଚାର , ଆଗକୁ ଭୋଟ୍ । ଆଜି ଶେଷ ଦିନରେ କ୍ୟାମ୍ପସରେ ଜମିଛି ଭୋଜିଭାତ । ଆଶାୟୀ ପ୍ରାର୍ଥୀମାନେ ଛାତ୍ରଛାତ୍ରୀ ସୁଆଦିଆ ମଟନ୍ ବିରିୟାନୀ ଓ ଚିକେନ୍ ବାଂଟିଛନ୍ତି । ଏବଂ ତା ବଦଳରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ।

ଉତ୍କଳ ବିଶ୍ୱବଦ୍ୟାଳୟ, ବିଜେବି ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ ହୋଇଯାଇଥିବାରୁ ସମସ୍ତଙ୍କ ଆଖି ଏବେ ରାଜଧାନୀର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଉପରେ । ଏଥିପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ନିଜର ପତିଆରା ଜାହିର କରିବାକୁ ଏଠାରେ ସବୁଯାକ ଦମ ଲଗାଇ ଦେଇଛନ୍ତି । ଲଗାତାର ଭାବେ କଲେଜ କ୍ୟାମ୍ପସରେ ଆୟୋଜନ ହୋଇଛି ଭୋଜିଭାତର ଆସର ।

କ୍ୟାମ୍ପେନିଂ ଶେଷ ହୋଇଥିବା ବେଳେ ଆସନ୍ତାକାଲି ହ୍ୱାଇ ଆଇ ଷ୍ଟାଣ୍ଡ ଫର ମିଟିଂ ଏବଂ ୨୩ ତାରିଖରେ ହେବ ନିର୍ବାଚନ । ଲିଙ୍ଗଡୋ କମିଶନଙ୍କ ନିୟମ ଅନୁଯାୟୀ କୌଣସି ପ୍ରାର୍ଥୀ ୫ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରିପାରିବେ ନାହିଁ, କିନ୍ତୁ ଏହି ନିୟମକୁ ଖୋଲା ଉଲଂଘନ କରୁଛନ୍ତି ପ୍ରାର୍ଥୀମାନେ ।