ସହିଦ ଲକ୍ଷ୍ମଣ ନାୟକ ଛାତ୍ରବାସରେ ଅଭାବନୀୟ ଘଟଣା । ସନ୍ଦେହଜନକ ଅବସ୍ଥାରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

97

କନକ ବ୍ୟୁରୋ : ଛାତ୍ରବାସରେ ସନ୍ଦେହଜନକ ଅବସ୍ଥାରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ରାଜଧାନୀର ୟୁନିଟ-୧ ହାଇସ୍କୁଲର ସହିଦ ଲକ୍ଷ୍ମଣ ନାୟକ ଛାତ୍ରବାସରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ଛାତ୍ର ନବମ ଶ୍ରେଣୀରେ ପଢୁଥିଲେ ଓ ତାଙ୍କ ନାମ ବାଜିନାଥ ଟୁଡୁ ବୋଲି ଜଣାପଡିଛି । ମୃତକଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ।

ଅପରାହ୍ନରେ ହଷ୍ଟେଲକୁ ଆସି ଅନ୍ୟଛାତ୍ରମାନେ ବାଜିନାଥ ଟୁଡୁଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ହଷ୍ଟେଲରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ତେବେ ନବମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା ପଛର କାରଣ ଜଣାପଡି ନାହିଁ ।