ଓଡ଼ିଶା ବନ୍ଦ ବେଳେ ଟ୍ରାଫିକ ପୋଷ୍ଟକୁ ଚଢିଲେ କଂଗ୍ରେସ କର୍ମୀ : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ପକାଇଲେ ନାରା

98

କନକ ବ୍ୟୁରୋ : ଓଡ଼ିଶା ବନ୍ଦ ବେଳେ ରାଜଧାନୀରେ ଛାତ୍ର କଂଗ୍ରେସ ପକ୍ଷରୁ ବାଇକ ରାଲି କରାଯାଇଛି । ଛାତ୍ର ଓ ଯୁବକ କଂଗ୍ରେସ କର୍ମୀମାନେ ଏଜି ଛକରେ ଥିବା ଟ୍ରାଫିକ ପୋଷ୍ଟ ଉପରେ ଚଢିଯାଇଥିଲେ । ଟ୍ରାଫିକ ପୋଷ୍ଟ ଉପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । ଏହା ପରେ ସେଠାରେ ବସି ଧାରଣା ମଧ୍ୟ ଦେଇଥିଲେ । ପୁଲିସ ପହଚିଂ ବୁଝାସୁଝା କରିବା ପରେ ଧାରଣାସ୍ଥଳରୁ ହଟିଛନ୍ତି ।

ସେପଟେ, ଲୋକସେବା ଭବନକୁ ଘେରାଉ ପାଇଁ ଯାaଉଥିବା ବେଳେ ଛାତ୍ର କଂଗ୍ରେସ ଓ ପୁଲିସ ଧସ୍ତାଧସ୍ତି । ପୁଲିସ ବ୍ୟାରିକେଡ କରି ଅଟକାଇବାକୁ ଉଦ୍ୟମ କରିଥିବା ବେଳେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଛାତ୍ର କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ଏକ ପଦଯାତ୍ରା ବାହାରି ଲୋକସେବା ଭବନ ଘେରାଉ ପାଇଁ ଯାଉଥିବା ବେଳେ ପୁଲିସ ଗାନ୍ଧୀ ମାର୍ଗରେ ଏମାନଙ୍କୁ ଅଟକାଇଥିଲା । ଘଟଣାସ୍ଥଳରେ ଉତେଜନା ଦେଖାଦେଇଥିଲା । ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ପୁଲିସ ।