ଭୂକମ୍ପ ଝଟକାରେ ଥରିଲା ଉତର ଭାରତ । ଭୂକମ୍ପର ତୀବ୍ରତା ୬.୩ ସୂଚନା, ଦିଲ୍ଲୀ ସମେତ ପଞ୍ଜାବ, ହରିୟାଣା, ଜାମ୍ମୁକାଶ୍ମୀରରେ ଅନୂଭୂତ ହେଲା ଝଟକା

221
ଭୂକମ୍ପ ଝଟକାରେ ଥରିଲା ଉତର ଭାରତ । ରାଜଧାନୀ ଦିଲ୍ଲୀ, ପଞ୍ଜାବ ଓ ହରିୟାଣା ସମେତ ସମଗ୍ର ଉତର ଭାରତରେ ଗତକାଲି ରାତିରେ ଭୂମିକମ୍ପ ଅନୁଭୁତ ହୋଇଛି । ଏହି ଭୂମିକମ୍ପର ତିବ୍ରତା ଭାରତରେ ୬.୧ ରେକର୍ଡ କରାଯାଇଛି । ତେବେ ଏହାର କେନ୍ଦ୍ର ତାଜିକସ୍ତାନରେ ରହିଥିଲା ।
ତାଜିକସ୍ତାନ ଏବଂ ଆଫଗାନିସ୍ତାନର ଫୈଜାବାଦରେ ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଛି ।  ରାତି ୧୦ଟା୩୧ ମିନିଟରେ ୭୪ କିମି ଗଭୀରତାରେ ଏହି ଭୂକମ୍ପ ଆସିଥିଲା । ଭାରତରେ ପ୍ରଥମ ଝଟକା ରାତି ୧୦ଟା୩୩ ମିନିଟରେ ଅନୁଭୂତ ହୋଇଥିଲା । ଦିଲ୍ଲୀ ଏନସିଆରର ବିଭିନ୍ନ ସ୍ଥାନରେ ଲୋକେ ଭୟରେ ଘର ଛାଡି ରାସ୍ତାକୁ ଚାଲିଆସିଥିବା ଦେଖିବାକୁ ମିଳିଥିଲା । ଭୂମିକମ୍ପର ସର୍ବାଧିକ ପ୍ରଭାବ ଜଳନ୍ଧର, ଲୁଧିୟାନା ଏବଂ ଅମୃତସରରେ ଦେଖିବାକୁ ମିଳିଥିଲା । ଜାମ୍ମୁକାଶ୍ମୀର ଏବଂ ଉତରାଖଣ୍ଡରେ ମଧ୍ୟ ଏହି ଭୂକମ୍ପ ଭୟ ଓ ଆତଙ୍କ ସୃଷ୍ଟି କରିଥିଲା । ଲୋକେ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଛାଡି ବାହାରକୁ ଦୌଡିଆସିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସମଗ୍ର ପାକିସ୍ତାନରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୁତ ହୋଇଥିଲା । ତେବେ ଭୂମିକମ୍ପରେ କେହି ପ୍ରାଣ ହରାଇଥିବାର କୌଣସି ଖବର ନାହିଁ ।
ସେପଟେ ସ୍ଥିନୀୟ ପୋଲିସଙ୍କ କହିବା କଥା, ଯେଉଁ ମୁହୁର୍ତରେ ଭୂମିକମ୍ପ ଆସିଥିଲା ସେହି ସମୟରେ ଏହାକୁ ଅଙ୍ଗେ ନିଭେଇଥିବା ଲୋକମାନେ ଘରୁ ବାହାରକୁ ଆସିଥିଲେ ।