କନକ ବ୍ୟୁରୋ: ଆକ୍ସନ ମୋଡ଼ରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ। ଚୋରା ବାଲି ଚାଲାଣ ବେଳେ ଗାଡ଼ି ଅଟକାଇ ପୋଲିସରେ ଜିମା ଦେଲେ ବିଧାୟକ। ଋଷିକୂଲ୍ୟା ଓ ବଡ଼ ନଦୀରୁ ବେଧଡ଼କ ବାଲି ଚୋରା ଚାଲାଣ ହେଉଛି। ଟେଣ୍ଡର ହୋଇ ନଥିବା ଘାଟରୁ ଦିନ ଦିପହରରେ ମେସିନ ଲଗାଇ ହାଇୱା ଜରିଆରେ ଟନ୍ ଟନ୍ ବାଲି ବୋହି ନେଉଛନ୍ତି ବାଲି ମାଫିଆ। ସବୁ ଦେଖି ନିରବଦ୍ରଷ୍ଟା ସାଜିଛି ପ୍ରଶାସନ ଓ ଲଘୁ ଖଣିଜ ବିଭାଗ। ହେଲେ ଏହି ବାଲି ଚୋରା ଚାଲାଣ ରୋକିବାକୁ ଆଗେଇ ଆସିଛନ୍ତି ବିଧାୟକ ନୀଳମଣି ବିଷୋୟୀ।

Advertisment

ଗାଙ୍ଗପୁର ଥାନା ଅନ୍ତର୍ଗତ ବାଙ୍ଗରଡା ନିକଟରେ ବଡ଼ନଦୀ କୂଳରୁ ଦିନ ଦିପହରରେ ମେସିନ ଲଗାଇ ୨୫ରୁ ଅଧିକ ହାଇୱା ଜରିଆରେ ବାଲି ଚୋରା ଚାଲାଣ ହେଉଥିଲା। ଏହା ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ବିଧାୟକ ବାଲି ବୋଝେଇ ଗାଡି ଗୁଡିକୁ ଅଟକାଇଥିଲେ। ଏହାପରେ ଆସିକା ତହସିଲ, ଗାଙ୍ଗପୁର ଥାନା ଓ ଲଘୁ ଖଣିଜ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ସେଠାରେ ପ୍ରଶାସନିକ ଅଧିକାରୀ ମାନେ ପହଞ୍ଚି ୨୫ଟି ହାଇୱା ଏବଂ ଗୋଟିଏ ପୋକଲିନ ମେସିନ ଜବତ କରି ଗାଙ୍ଗପୁର ଥାନା ପୁଲିସ ଏକ ମାମଲା ରୁଜୁ କରିଛି।