୪ ରାଜ୍ୟସଭା ଆସନ ପାଇଁ ଆରମ୍ଭ ହେଲା ଅଙ୍କକଷା । ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କ ଭେଟଘାଟକୁ ନେଇ ଜୋର ଧରିଲା ଚର୍ଚ୍ଚା, ସବୁ ଆସନ ହାତେଇବାକୁ ଶାସକ ଦଳର ରଣନୀତି ।

666

କନକ ବ୍ୟୁରୋ : ଆସନ୍ତା ଏପ୍ରିଲ ମାସରେ ରାଜ୍ୟରେ ରାଜ୍ୟସଭାର ୪ଟି ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି । ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ଅଙ୍କକଷା । ବିଜେଡି, ଏକାକୀ ସବୁ ଆସନ ହାତେଇବାକୁ ରଣନୀତି ଆରମ୍ଭ କରିଥିବା ବେଳେ ବିରୋଧୀ ଅଭିଯୋଗ କରିଛନ୍ତିି, ରାଜ୍ୟସଭା ପାଇଁ ଶାସକଦଳ, ସ୍ୱାଧୀନ ଓ ଅନ୍ୟ ଦଳର ବିଧାୟକଙ୍କୁ ପ୍ରଲୋଭିତ କରିପାରେ ।

ମକରନ୍ଦ ମୁଦୁଲିଙ୍କ ମୁହଁରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା । ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ରହିଥିବା କହିଛନ୍ତି ରାୟଗଡାର ଏହି ସ୍ୱାଧୀନ ବିଧାୟକ । ଯାହାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ରାଜନୈତିକ ଅଙ୍କକଷା । ଆସନ୍ତା ଏପ୍ରିଲ ମାସରେ ରାଜ୍ୟରେ ରାଜ୍ୟସଭାର ୪ଟି ଆସନ ପାଇଁ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏକାକୀ ସବୁ ଆସନ ହାତେଇବାକୁ ବିଜେଡି ତାର ରଣନୀତି ଆରମ୍ଭ କରିଥିବା କୁହାଯାଉଛି । ଏପରିକି ବିରୋଧୀ ଅଭିଯୋଗ କରିଛନ୍ତିି ରାଜ୍ୟସଭା ପାଇଁ ଶାସକଦଳ ସ୍ୱାଧୀନ ଓ ଅନ୍ୟ ଦଳର ବିଧାୟକଙ୍କୁ ପ୍ରଲୋଭିତ କରିପାରେ ।

ରାଜ୍ୟସଭା ଗଣିତ ଅନୁସାରେ ଜଣେ ପ୍ରାର୍ଥୀଙ୍କ ପାଇଁ
ବିଧାନସଭାର ସମୁଦାୟ ଆସନ + ୧ ପ୍ରଥମ ପସନ୍ଦ ଭୋଟ୍ ଦରକାର
(ଖାଲି ଥିବା ରାଜ୍ୟ ସଭା ଆସନ)+୧
ତେଣୁ ୪ ଆସନ ପାଇଁ ୩୦.୪ ଅର୍ଥାତ୍ ୩୧ଟି ପ୍ରଥମ ପସନ୍ଦର ଭୋଟ୍ ଆବଶ୍ୟକ ।
ବିଧାନସଭାରେ ବର୍ତମାନ ବିଜେଡିର ୧୧୩ ଜଣ ସଦସ୍ୟ ଅଛନ୍ତି

ଗଣିିତ ଅନୁସାରେ ୩ଟି ଆସନକୁ ବିଜେଡି ସୁବିଧାରେ ଜିତିଯିବ । କିନ୍ତୁ ୪ର୍ଥ ଆସନ ପାଇଁ ବିଜେଡି ନିକଟରେ ମାତ୍ର ୨୦ଟି ପ୍ରଥମ ପସନ୍ଦ ଭୋଟ୍ ବଳକା ରହିବ । ଯଦି ବିରୋଧୀ ବିଜେପି ପ୍ରାର୍ଥୀ ଦିଏ, ତେବେ ୨୩ ବିଧାୟକ ଥିବା ଦଳ ପାଖରେ ଅଧିକ ପ୍ରଥମ ପସନ୍ଦର ଭୋଟ୍ ରହିବ । ତେଣୁ କୈାଣସି ପ୍ରକାର ରିସ୍କ ନେବାକୁ ଚାହୁଁନି ଶାସକଦଳ ।

ବିଜେଡିର କହିବା ଅନୁସାରେ ପ୍ରତି ନିର୍ବାଚନ ପାଇଁ ରଣନୀତି କରିବା ସେମାନଙ୍କ ଅଧିକାର ଓ ଏଥିରେ ବିରୋଧୀ ମୁଣ୍ଡ ଖେଳେଇବା ଅନୁଚିତ୍ । ଚର୍ଚ୍ଚା ଅନୁସାରେ, ବିଧାନ ପରିଷଦ ଆଉ ଆଗାମୀ ରାଜ୍ୟସଭା ପାଇଁ ହେବାକୁ ଥିବା ନିର୍ବାଚନ ରାଜ୍ୟ ରାଜନୀତିକୁ ଏକ ଭିନ୍ନ ମୋଡରେ ଆଣି ଠିଆ କରାଇଛି । ଯେଉଁଠି ସଂଖ୍ୟା ଥାଇ ସମସ୍ତ ଆସନରେ ବିଜେଡି ପ୍ରାର୍ଥୀ ଦେଇ ଆଗକୁ ବଢିବାକୁ ଉଦ୍ୟମ କରିବ ନା ଅତୀତର ଫର୍ଦ୍ଦ ଭଳି ରାଜନୀତିରେ ଅଶ୍ୱିନୀ ବୈଷ୍ଣବ ଫର୍ମୁଲା ଆସିବ, ତାହା ନିର୍ଣ୍ଣୟ କରିବ ବିଜେଡି ବିଜେପି ଆଉ ରାଜ୍ୟ ରାଜନୀତିର ଭବିଷ୍ୟତ କୁଆଡେ ଯିବ ।