ଆଇଏଏସ ଅଫିସର ନିଧିଙ୍କ ସଫଳତା କାହାଣୀ । ଦିନେ ଟାହିଟାପରା କରୁଥିଲେ ଲୋକେ, କଠିନ ପରିଶ୍ରମରେ ଆଣିଦେଲା ସଫଳତା ।

351

କନକ ବ୍ୟୁରୋ : ଇଛାଶକ୍ତି ଥିଲେ ଯେ କୌଣସି ପ୍ରତିବନ୍ଧକକୁ ସାମ୍ନା କରିହୁଏ, ଏହାର ଜ୍ୱଳନ୍ତ ପ୍ରମାଣ କରି ଦେଖାଇଛନ୍ତି ଆଇଏଏସ ଅଫିସର ନିଧି ଚୌଧୁରୀ । ୨୦୧୨ ମସିହାରେ ନିଧି ଭାରତୀୟ ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ମହାରାଷ୍ଟ୍ର କ୍ୟାଡରରେ ନିଯୁକ୍ତି ପାଇଥିଲେ । ଆଜି ଆମେ ଆପଣଙ୍କୁ କହିବୁ ଲୋକଙ୍କ ଟାହିଟାପରା କିଭଳି ତାଙ୍କୁ ଆଜି ଆଇଏଏସ ଅଫିସର କରିପାରିଛି ।

ରାଜସ୍ଥାନର ଏକ ଛୋଟ ଗାଁରେ ନିଜ ପିଲାଦିନ କାଟିଥିବା ନିଧିଙ୍କୁ ଯେତେବେଳେ ତାଙ୍କ ବାପା-ମା ସ୍କୁଲ ପଠାଉଥିଲେ ସେତେବେଳେ ଲୋକମାନେ ଟାହିଟାପରା କରୁଥିଲେ । ଲୋକ କହୁଥିଲେ ଝିଅମାନଙ୍କୁ କେତେ ପଢାଇବ, ସେମାନେ କଣ ଜିଲ୍ଲାପାଳ ହୋଇପାରିବେ । ନିଧି ଏହାର ଉତ୍ତରରେ ଏବେ କହିଛନ୍ତି ଯେ ଦିନେ ଯେଉଁମାନେ ଅଣଦେଖା କରୁଥିଲେ ଆଜି ଦେଖନ୍ତୁ ମୁଁ ଓ ମୋ ଭଉଣୀ ଆଇଏଏସ ହୋଇପାରିଛୁ । ନିଧି ଯେତେବେଳେ ଏକ ବ୍ୟାଙ୍କରେ ଚାକିରି କରିଥିଲେ ତାଙ୍କ ସାନ ଭଉଣୀ ପୂର୍ବରୁ ଆଇଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇସାରିଥିଲେ । ସାନ ଭଉଣୀ ତାଙ୍କୁ ପ୍ରୋତ୍ସାହିତ କରିବା ସହ ଆଇଏଏସ ଅଧିକାରୀ ହେବା ପାଇଁ ପ୍ରେରଣା ଯୋଗାଇଥିଲେ ।

ବଡ କଥା ନିଧିଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ବହୁ ସମର୍ଥନ କରିଥିଲେ । କାରଣ ନିଧି ଯେତେବେଳେ ଆଇଏଏସ ପାଇଁ ପ୍ରସ୍ତୁତି କରୁଥିଲେ ସେତେବେଳେ ତାଙ୍କ ପିଲାମାନଙ୍କର ଯତ୍ନ ତାଙ୍କ ସ୍ୱାମୀ ନେଉଥିଲେ । ନିଧି ଯେପରି ପରିବାର ଓ ପିଲାମାନଙ୍କର ଲାଳନପାଳନ ପାଇଁ ଲକ୍ଷ୍ୟରୁ ବିରତ ନ ହୁଅନ୍ତୁ ସେଥିପ୍ରତି ଦୃଷ୍ଟି ଦେଇଥିଲେ । ନିଧିଙ୍କ ଆଇଏଏସ ହେବା ପୂର୍ବରୁ ଏକ ସ୍ବପ୍ନ ରହିଆସିଛି । ଅଗଷ୍ଟ ୧୫( ସ୍ୱାଧୀନତା ଦିବସ ) ଓ ଜାନୁୟାରୀ ୨୬(ସାଧାରଣତନ୍ତ୍ର ଦିବସ) ଦିନ କୌଣସି ବି ପିଲା ଟ୍ରାଫିକ ଛକରେ ତ୍ରିରଙ୍ଗା ବିକୁଥିବାର ଯେଭଳି ନ ଆସିବେ ସେହି ଦୃଶ୍ୟ ଦେଖିବାକୁ ଚାହୁଁଛନ୍ତି । ଏହା ଦେଖି ଦେଶର ସ୍ୱାଧୀନତା ଅଧୁରା ରହିଯାଇଥିବାର ଅନୁଭୂତ ହୋଇଥାଏ ବୋଲି ନିଧି କହିଛନ୍ତି ।