“ଚୋରି କରିବୁ, ନହେଲେ ଭୋକିଲା ମରିବୁ” । ଅପରାଧ ଦୁନିଆର ଲୋମହର୍ଷଣକାରୀ କାହାଣୀ ବଖାଣିଲା ଜଣେ ୧୨ ବର୍ଷର ଶିଶୁ !

38

ଦେଶର ରାଜନୀତିକୁ ନେଇ ବାକବିତଣ୍ଡା, ହଟ୍ଟଗୋଳ ଭିତରେ,ବେଳେ ବେଳେ ଅନ୍ଧାରୀ ଇଲାକାରେ ଲୁଚିଯାଏ ଅନେକ ଲୋମଟାଙ୍କୁରା ଘଟଣା । ଯାହା ପଛରେ ଥାଏ ଅଙ୍ଗେନିଭା କଥାର ବର୍ବୋରୋଚିତ କାହାଣୀ । ଆମ ଦେଶରେ ବି ଏମିତି ଅନେକ ଘଟଣା ପ୍ରତିଦିନ ଘଟୁଛି ଜାଣିଲେ ଆପଣ ବିଶ୍ୱାସ ବି କରିପାରିବେ ନାହିଁ । ଆଉ ଜାଣିଲେ ଦେଶର ଆଇନକାନୁନ, ସମ୍ବିଧାନ, ବିଧିବ୍ୟବସ୍ଥା ଉପର ଠିଆହେବ ଅସୁମାରୀ ଜଟିଳ ପ୍ରଶ୍ନ । ଯାହାର ଉତ୍ତର ଖୋଜିଲେ ବୁଢିଆଣୀ ଜାଲ ଭଳି ଆପଣ ଛନ୍ଦି ହୋଇଯିବେ । ଠିକ ଏହି ଲୋମହର୍ଷଣକାରୀ ଘଟଣା ଭଳି ।

ଜଣେ ୧୨ ବର୍ଷର ବାଳକକୁ ଚାକିରୀ ଦେବାକୁ କହି ଝାଡଖଂଡରୁ ଦିଲ୍ଲୀକୁ ନେଇଆସିଥିଲେ । ତା ପରେ ତାକୁ ପଶ୍ଚିମ ଦିଲ୍ଲୀର ଏକ ଅପରାଧୀ ଗ୍ୟାଙ୍ଗକୁ ବିକ୍ରୀ କରିଦେଇଥିଲେ । ଆଉ ଏଠି ତାକୁ ଟିମର ଲିଡର କରିଦିଆଗଲା । ତା ପରେ ତାକୁ ତାଲିମ ଦେଇ ଅନ୍ୟ ପିଲାଙ୍କୁ ତାଲିମ ଦେବାକୁ ଶିକ୍ଷା ଦିଆଗଲା ।ତା ପରେ ଅମାନୁଷିକତାର ସୀମାଟପିଥିଲା । ଦୈନିକ ୫୦୦ଟଙ୍କା ଆଣିବା ପାଇଁ ତାଙ୍କୁ କୁହାଯାଇଥିଲା । ତା ବଦଳରେ ତାଙ୍କୁ ଖାଇବା ଓ ରହିବା ପାଇଁ ମିଳିବ ବୋଲି କୁହାଯାଇଥିଲା । ପିଲାଙ୍କୁ କବଜା କରିବା ପାଇଁ ସେମାନଙ୍କୁ ସିଗାରେଟ ଚେଙ୍କ, ମାଡ, ଛୁରୀରେ ବାରମ୍ବାର ଭୂଷା ଯାଉଥିଲା ଓ ଭୋକରେ ଅନେକ ଦିନ ଛାଡି ଦିଆଯାଉଥିଲା ।

ଝାଡଖଣ୍ଡର ପିୟୂଷକୁ ସ୍ଥାନୀୟ ଲୋକମାନେ ଧର୍ିଥିଲେ ଯେତେବଳେ, ସେ ଜଣେ ମହିଳାଙ୍କର ପର୍ସକୁ ଛିନତାଇ କରୁଥିଲା । ସେ ଜଣେ ତାଲିମପ୍ରାପ୍ତ ଚୋର ଭଳି ଦିଲ୍ଲୀର ବ୍ୟସ୍ତ ବହୁଳ ଅଂଚଳରୁ ପର୍ସ ଓ ମୋବାଇଲ ଆଦି ଚୋରି କରୁଥିଲେ । ପୋଲିସ ତଦନ୍ତରୁ ଜଣାପଡିଥିଲା କେବଳ ପିୟୁଷ ଜଣେ ନୁହେଁ, ୧୦-୧୨ ବର୍ଷର ଅନେକ ପିଲା ଏଭଳି କାମରେ ଲିପ୍ତ ଅଛନ୍ତି । ଏ ସମସ୍ତଙ୍କୁ ଝାଡଖଣ୍ଡରୁ ଦିଲ୍ଲୀ ଅଣାଯାଇଥିଲା । ସାନେ କହିବାନୁସାରେ ପ୍ରତିମାସ ୩୦ହଜାର ଟଙ୍କା ଦେବାକୁ କହି ଝାଡଖଣ୍ଡରୁ ଦିଲ୍ଲୀ ଅଣାଯାଇଥିଲା ।ଜଣେ ବରିଷ୍ଠ ଅଫିସର କହିଛନ୍ତି ଏହି ଗ୍ୟାଙ୍ଗକୁ ଟ୍ରେନରୁ ଚୋରି କରିବା ସହ ବିଭିନ୍ନ ଅନୈତିକ କାମରେ ଲିପ୍ତ କରାଯାଇଥାଏ ।

ନ୍ୟାସାନାଲ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ ଅନୁସାରେ ୨୦୧୬ରେ ୮ହଜାର ହ୍ୟୁମ୍ୟାନ ଟ୍ରାଫିକିଙ୍ଗ ମାମଲା ପଂଜୀକରଣ ହୋଇଛି । ଏବଂ ଗତ କିଛି ବର୍ଷରେ ୨୩ହଜାର ଅଭିଯୁକ୍ତଙ୍କୁ ଉଦ୍ଧାର କରାଯାଇଛି ।

ସୌଜନ୍ୟ : ଅମରଉଜାଲା