କୋଲକାତାରେ ହଙ୍ଗାମା । ବିଜେପି ରାଲିରେ ପଥରମାଡ । ଟିଏମସି-ବିଜେପି କର୍ମୀ ମୁହାଁମୁହିଁ, ପ୍ରବଳ ଉତ୍ତେଜନା ।

238

କନକ ବ୍ୟୁରୋ: କୋଲକାତାରେ ରାଜନୈତିକ ହିଂସା । ବିଜେପି-ଟିଏମସି ମୁହାଁମୁହିଁ, ପଥରମାଡ । ବିଜେପିର ରୋଡ ସୋ ବେଳେ ପଥରମାଡ । ରାସ୍ତା ଉପରେ ଉଭୟ ଦଳ ପକ୍ଷରୁ ହଙ୍ଗାମା । ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ପରିସ୍ଥିତି, ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା । ବିଜେପି ଓ ଟିଏମସିର କର୍ମକର୍ତ୍ତାଙ୍କ ମଧ୍ୟରେ ଜାରି ରହିଛି ରାଜନୈତିକ ଛକାପଞ୍ଝା ।

ତେବେ ଆଜି ସାଉଥ କୋଲକାତାରେ ବିଜେପିରେ ସଦ୍ୟ ମିଶିଥିବା ଶୁଭେନ୍ଦୁ ଅଧିକାରୀଙ୍କ ଏକ ରୋଡ ସୋ ହେଉଥିଲା । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଦେବଶ୍ରୀ ଚୌଧୁରୀ, ରାଜ୍ୟ ବିଜେପି ମୁଖ୍ୟ ଦିଲୀପ ଘୋଷ ଯୋଗ ଦେଇଥିଲେ । ଆଉ ଏତିକିବେଳେ ଟିଏମସି ମହିଳା ମୋର୍ଚ୍ଚା ପକ୍ଷରୁ କଳାପତାକା ଦେଖାଯାଇଥିଲା । ଯାହା ପରେ ଆରମ୍ଭ ହୋଇଯାଇଥିଲା ତୁମୁଳକାଣ୍ଡ । ରାସ୍ତା ଉପରେ ହିଁ ବିଜେପି- ଟିଏମସି କର୍ମୀ ଉଭୟ ଉଭୟଙ୍କ ଉପରକୁ ପଥରମାଡ କରିଥିଲେ । ଖାଲି ସେତିକି ନୁହେଁ ରାସ୍ତା ଉପରେ ଦୁଇ ରାଜନୈତିକ ଦଳ ମଧ୍ୟରେ ଏଭଳି ଭୟଙ୍କର ସ୍ଥିତି ଦେଖି ବାଟରେ ଯାଉଥିବା ଲୋକ ଭୟଭୀତ ବି ହୋଇଯାଇଥିଲେ ।

ସେପଟେ ଆଗାମୀ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଢିବେ ବୋଲି ଘୋଷଣା କରିଛନ୍ତି । ସଜସଜ ଟିଏମସିକୁ ଟାଟା କରି ବିଜେପିରେ ମିଶିଥିବା ଟିଏମସିର ପୁରୁଖା ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗଡରୁ ମମତା ଲଢିବେ ବୋଲି ଘୋଷଣା କରିଛନ୍ତି । ଗୋଟିଏ ପଟେ ମମତାଙ୍କ ଘୋଷଣା ଆଉ ଅନ୍ୟପଟେ ଶୁଭେନ୍ଦୁଙ୍କ ରାଲିରେ ପଥରମାଡ ରାଜନୈତିକ ନିଆଁକୁ ଅଧିକ ଜଳାଇଛି ।