ପୁରୀ ଶ୍ରୀମନ୍ଦିରରୁ ଖସିଲା ଦେଢ ଫୁଟର ପଥର । ନାଟମଣ୍ଡପରୁ ଖସିଥିବା ସୂଚନା, ମନ୍ଦିରର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ପୁରୀ ଶ୍ରୀମନ୍ଦିରରୁ ଖସିଲା ଦେଢ ଫୁଟର ପଥର । ନାଟମଣ୍ଡପରୁ ଖସିଥିବା ସୂଚନା, ମନ୍ଦିରର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ରତ୍ନବେଦୀ ପଛ ପାଶ୍ୱର୍ରୁ ଚୁନ ଖସିବାର କିଛି ଦିନରେ ଏକ ବଡ଼ ପଥର ଖସିଛି । ଶ୍ରୀମନ୍ଦିର ମୁଦୁଲି ଦ୍ୱାର ପାଶ୍ୱର୍ ନାଟମଣ୍ଡପରୁ ଏହି ପଥର ଖସିଥିବା ସୂଚନା ମିଳିଛି । ପଥରଟି ଦେଢ ଫୁଟ ଆକାର ଏବଂ ପ୍ରାୟ ୩ କିଲୋ ଓଜନର ବୋଲି କୁହାଯାଉଛି । ହେଲେ ଏହି ସମୟରେ ସେ ସ୍ଥାନରେ କେହି ନଥିବାରୁ କିଛି ଅଘଟଣ ହୋଇନାହିଁ । ଏହି ପଥରକୁ ଶ୍ରୀମନ୍ଦିର ପ୍ରଶାସନ ପତ୍ନତତ୍ୱ ବିଭାଗକୁ ହସ୍ତାନ୍ତର କରିଛି । ଏପରି ସ୍ଥିତିରେ ଶ୍ରୀମନ୍ଦିରର ରକ୍ଷାଣାବେକ୍ଷଣକୁ ନେଇ ପ୍ରଶ୍ନ ଉଠିଛି ।
ସୂଚନା ମୁତାବକ ଦୀପବଳୀ ସମୟରେ ଏହି ପଥରଟି ଖସିଥିଲା । କିନ୍ତୁୁ ଘଟଣାକୁ ୪ ଦିନ ବିତି ଯାଇଥିଲେ ବି ଏଏସଆଇ ପକ୍ଷରୁ କୌଣସି ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିନାହାଁନ୍ତି । ଏପଟେ ଏଭଳି ଅଘଟଣ ପାଇଁ ସେବାୟତମାନେ ପତ୍ନତତ୍ୱ ବିଭାଗକୁ ଦାୟୀ କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପତତ୍ନତ୍ୱ ବିଭାଗ ପକ୍ଷରୁ କୁହାଯାଇଛି ଯେ, କେଉଁ ସ୍ଥାନରୁ ପଥର ଖସିଛି ତାହା ଜଣାପଡିନାହିଁ । ମନ୍ଦିର ପୁରୁଣା ହୋଇଯିବାରୁ ସେଥିରେ ଲାଗିଥିବା ପଥର ଗୁଡିକ ଦୁର୍ବଳ ହୋଇଗଲାଣି । ମାଙ୍କଡମାନେ ପଥର ଉପରେ ଡେଉଁଥିବାରୁ ପଥର ଖସିଥିବା ଅନୁମାନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe