କନକ ବ୍ୟୁରୋ: କାଲି କରିଥିଲେ ଫୁଲକୁଣ୍ଡ ଚୋରି, ଆଜି ଫେରେଇ ଦେଇଗଲେ । ଘଟଣାଟି ଗୁରୁଗ୍ରାମର, ଯେଉଁଠି ୪୦ ଲକ୍ଷ ଟଙ୍କାର ଦାମୀ ଗାଡିରେ ଦୁଇ ଜଣ ଲୋକ ଆସି ସରକାରୀ ଫୁଲକୁଣ୍ଡ ଗୁଡିକ ଚୋରି କରୁଥିବା ଦୃଶ୍ୟ, ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଲୋକେ ପ୍ରତିକ୍ରିୟା ଦେଇଥିଲେ, ଧନୀ ଲୋକଙ୍କର ସମାଜ ଗଠନରେ ଅଧିକ ଯୋଗଦାନ ନଥାଏ । କିନ୍ତୁ ସରକାରୀ ଜିନିଷରେ ଅଧିକାର ଜତାନ୍ତି ଏମାନେ । ଏଭଳି ପ୍ରତିକ୍ରିୟା ପରେ ଏହି ଧନୀ ଚୋର ଉକ୍ତ ଫୁଲ କୁଣ୍ଡକୁ ଫେରାଇ ଦେଇଥିବା ସୂଚନା ମିଳିଛି । ଏହାସହ ଉକ୍ତ ଚୋରଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ ଜି-୨୦ ସମ୍ମିଳନୀ ପାଇଁ ସାରା ରାଜଧାନୀ ସଜେଇ ହୋଇଛି । ଭଳି କି ଭଳି ଫୁଲକୁଣ୍ଡକୁ ରାଜରାସ୍ତାରେ ରଖି ସଜା ଯାଇଛି । ହେଲେ ି ଦାମି ଗାଡିରେ ଆସି ଫୁଲ କୁଣ୍ଡ ଚୋରି ଘଟଣାକୁ ସବୁଆଡେ ନିନ୍ଦା କରାଯାଉଛି ।