ପାରାଦୀପ ବନ୍ଦରରେ ପଣ୍ୟ କାରବାର ଠପ ! ୧୨ ଘଂଟା ବଦଳରେ ୮ ଘଂଟା କାମ କରିବାକୁ ଶ୍ରମିକଙ୍କ ଧାରଣା 

26

କନକ ବ୍ୟୁରୋ: ପାରାଦୀପ ବନ୍ଦରରେ ପଣ୍ୟ କାରବାର ଠପ । ୧୨ ଘଂଟାବଦଳରେ ୮ ଘଂଟା କାମ କରିବାକୁ ଦାବି କରି ଶ୍ରମିକମାନେ ଧାରଣା ଦେଇଛନ୍ତି । ବିଭିନ୍ନ ଷ୍ଟିଭେଡେରିଂ କମ୍ପାନୀରେ କାର୍ଯ୍ୟକରୁଥିବା ଲୋଡର ଅପରେଟର ,ହେଲପର,ସୁପରଭାଇଜର, ମେକାନିକ ମାନଙ୍କୁ ଜୋର ଜବରଦସ୍ତ ୮ ଘଂଟା ବଦଳରେ ୧୨ ଘଂଟା କାମ କରାଯାଉଥିବା ଅଭିଯୋଗ ଆଣିଛନ୍ତି ଶ୍ରମିକମାନେ ।

ଏପରିକି ଆବଶ୍ୟକ ସୁରକ୍ଷା ମଧ୍ୟ ଯୋଗାଇଦିଆଯାଉନାହିଁ । ଏନେଇ ଶ୍ରମିକମାନେ ବାରମ୍ବାର କମ୍ପାନୀଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ଫଳରେ ବାଧ୍ୟ ହୋଇ ଶ୍ରମିକମାନେ ଆଜି ୩ ନମ୍ବର ଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି ।