ରାଜ୍ୟରେ ମାତିଛନ୍ତି ବାଘ ଛାଲ ଓ ହାତୀ ଦାନ୍ତ ବେପାରୀ । ନୟାଗଡ ଜିଲ୍ଲା ମହାନଦୀ ଅଂଚଳରେ ଏସଟିଏଫ୍ ଚଢାଉରେ ଦୁଇ ତସ୍କର ଗିରଫ ।

114

କନକ ବ୍ୟୁରୋ: ରାଜ୍ୟରେ ମାତିଛନ୍ତି ବାଘ ଛାଲ ଓ ହାତୀ ଦାନ୍ତ ବ୍ୟବସାୟୀ । ଏପରି ଏକ ରାକେଟକୁ ଧରିବାରେ ସଫଳ ହୋଇଛି ଏସଟିଏଫ୍ । ନୟାଗଡ ଜିଲ୍ଲା ମହାନଦୀ ତଟ ଅଂଚଳରୁ ଗୋଟିଏ ଚିତାବାଘ ଛାଲ ଓ ଦୁଇଟି ହାତୀ ଦାନ୍ତ ଜବତ କରିଛି ଏସଟିଏଫ୍ । ଏହି ଘଟଣାରେ ଦୁଇ ଜଣ ତସ୍କରଙ୍କୁ ଗିରଫ କରାଯାଇଛି । ଏହି ଜବତ ଛାଲ ଓ ହାତୀ ଦାନ୍ତକୁ ଅଧିକ ପରୀକ୍ଷା ପାଇଁ ଡେରାଡୁନ୍ ପଠାଯାଇଛି । ଗତ ୧ ବର୍ଷ ମଧ୍ୟରେ ସ୍ୱତନ୍ତ୍ର ଅପରେସନ ଜରିଆରେ ଏସଟିଏଫ୍ ୧୩ଟି ବାଘଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୩ଟି ଜୀବନ୍ତ ବଜ୍ରକାପ୍ତା ଜବତ ସହିତ ୨୭ ବନ୍ୟଜନ୍ତୁ ଅପରାଧୀଙ୍କୁ ଗିରଫ କରାଯାଇଛି ।