ଆଉ ସ୍ୱପ୍ନର ଘର ପାଇଁ ବେଶି ଖର୍ଚ୍ଚ କରିବାକୁ ପଡିବନି ! ଷ୍ଟିଲରେ ନିର୍ମାଣ ହେବ ଘର, ଛାତ ଘର ଠାରୁ ରହିବ ଅଧିକ ଥଣ୍ଡା । ଜାଣନ୍ତୁ କେତେ ଟଙ୍କା ହେବ ଖର୍ଚ୍ଚ

144

ଭଲ ଘରଟିଏ ପାଇଁ ସମସ୍ତଙ୍କର ଇଚ୍ଛା ଥାଏ । କିନ୍ତୁ ଏହି ମହଙ୍ଗା ଜମାନାରେ ଘର ନିର୍ମାଣ ପାଇଁ ଯେଉଁ ସାମଗ୍ରୀ ଆବଶ୍ୟକ ତାହାର ଦର ଅହେତୁକ ଭାବେ ବୃଦ୍ଧି ପାଉଛି । ତେଣୁ ଭଲ ଘର ଖଣ୍ଡେ ତିଆରି କରିବାକୁ ଲୋକେ ଯେଉଁ ସ୍ୱପ୍ନ ଦେଖିଥାନ୍ତି ତାହା ପୂରଣ ହୋଇ ପାରୁନାହିଁ । ଏହାକୁ ଆଖି ଆଗରେ ରଖି ଦିଲ୍ଲୀର ଜଣେ ୨୦ ବର୍ଷିୟ ଯୁବକ ଏପରି ଏକ ଆଇଡିଆ ବାହାର କରିଛି ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।

ଦିଲ୍ଲୀରେ ସୁମିତ ନାମକ ଏକ ଯୁବକ ଏପରି ଏକ କୌଶଳ ବିକଶିତ କରିଛି ଯେଉଁଥିରେ ମାତ୍ର ୫ ରୁ ୭ ଲକ୍ଷ ଟଙ୍କା ମଧ୍ୟରେ ଲୋକ ମାନଙ୍କ ସ୍ୱପ୍ନର ଘର ନିର୍ମାଣ ହୋଇପାରିବ । ଏହି ଘର କୌଣସି ସିମେଣ୍ଟ କିମ୍ବା ବାଲିରେ ତିଆରି ହେବ ନାହିଁ । ଘର ତିଆରି ହେବ ଷ୍ଟିଲରେ । ସୁମିତଙ୍କ ଦ୍ୱାରା ବାହାରିଥିବା ଏଭଳି ଆଶ୍ଚର୍ଯ୍ୟଜନକ ଆଇଡିଆକୁ ଇସ୍ପାତ ମନ୍ତ୍ରାଳୟ ପସନ୍ଦ କରିବା ସହ ଏହି ଯୋଜନାକୁ ସମ୍ପୁର୍ଣ୍ଣ ସହାୟତା ଯୋଗାଇ ଦେବା ଲାଗି ପ୍ରସ୍ତୁତ ଅଛନ୍ତି ।

ସୁମିତଙ୍କ କହିବା ଅନୁଯାୟୀ, ଷ୍ଟିଲ ଘରର ମଡେଲ ତିଆରି କରିବା ପାଇଁ ମାତ୍ର ଦୁଇମାସ ସମୟ ଲାଗିବ । ପରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ । ଇଂଣ୍ଡିଆନ ଷ୍ଟେନଲେସ ଷ୍ଟିଲ ଆସୋସିଏସନର ଅଧ୍ୟକ୍ଷ କୋ.ପସୁଜାଙ୍କ କହିବା ଅନୁସାରେ ଷ୍ଟିଲ ଇଣ୍ଡଷ୍ଟ୍ରୀ ଏହି ଆଇଡିଆ ଉପରେ କାର୍ଯ୍ୟ କରୁଛି । ତେବେ ସରକାରଙ୍କ ଅନୁମତି ପରେ ଏହାକୁ କାର୍ଯ୍ୟକାରୀ କରିବେ ।

କିପରି ତିଆରି ହେବ ଏହି ଷ୍ଟିଲର ଘର
ଆଜିକାଲି ବାଲି , ସିମେଣ୍ଟ, ଇଟାରେ ତିଆରି ଘର ଅଧିକ ଦେଖିବାକୁ ମିଳୁଛି । ଏବେ ଗୋଟିଏ ଘର ତିଆରି କରିବା ପାଇଁ ପ୍ରଥମେ ଗୋଟେ ଜାଗା କିଣିବାକୁ ପଡିଥାଏ । ଘର ତିଆରି କରିବା ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀ ମଧ୍ୟ କିଣିବାକୁ ପଡିଥାଏ । ଏହି ସମସ୍ତ ଖର୍ଚ୍ଚକୁ ଯଦି ଆମେ ଦେଖିବା ତେବେ ଜାଣିପାରିବା ଗୋଟିଏ ଘର ତିଆରି କରିବା ପାଇଁ ପ୍ରାୟ ୨୦ ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । କିନ୍ତୁ ଏହି ଷ୍ଟିଲ ଘର ଖୁବ କମ ଖର୍ଚ୍ଚରେ ନିର୍ମିତ ହୋଇପାରିବ । ଏବଂ ଏହି ଘର ସିମେଣ୍ଟ ଏବଂ ଇଟାରେ ତିଆରି ଘର ଠାରୁ ମଧ୍ୟ ମଜଭୁତ ରହିବ । ଘର ନିର୍ମାଣ ପାଇଁ ଲୁହା ରଡ ଏବଂ ସିମେଣ୍ଟରେ ପିଲର ତିଆରି କରାଯିବ ଏବଂ ବାକି ଘରର ସାରା ଅଂଶ ଷ୍ଟିିଲରେ ତିଆରି କରାଯିବ । ଏପରିକି ଛାତ ମଧ୍ୟ ଷ୍ଟିଲରେ ହିଁ ତିଆରି ହେବ । ଏହା ଏପରି ଭାବରେ ତିଆରି ହେବ ଖରା ଦିନେ ମଧ୍ୟ ଏହି ଘର ଥଣ୍ଡା ରହିବ । କେବଳ ସେତିକି ନୁହେଁ ଏହି ଘର ନିର୍ମାଣ କରିବା ପାଇଁ ମାତ୍ର ୬ ରୁ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

ଦିଲ୍ଲୀରେ ବି ସଫଳ ହେବ ଏହି ଆଇଡିଆ
ଆର୍କିଟେକ୍ଟ ଆକାଂକ୍ଷା ଲୁଥରାଙ୍କ କହିବା ଅନୁସାରେ ଷ୍ଟିଲର ଘର ସ୍ଥାୟୀ ଭାବରେ ରହିଥାଏ । ତେବେ ଏହି ଆଇଡିଆକୁ ବାସ୍ତବରେ ପରିଣତ କରିବା କଷ୍ଟ ନୁହେଁ । ପ୍ରକୃତରେ ଇସ୍ପାତ ମନ୍ତ୍ରାଳୟ ୨୦୧୭ରେ ମାଇ ଲବ ଫାର ସ୍ଟିଲ ଆଇଡିଆଜ ନାମକ ଏକ ପ୍ରତିଯୋଗୀତା କରାଯାଇଥିଲା । ଆୟୋଜିତ ହୋଇଥିବା ଏହି ପ୍ରତିଯୋଗୀତାରେ ସୁମିତ ନାମକ ଯୁବକ ଏହି ଆଇଡିଆକୁ ସମସ୍ତଙ୍କ ସମ୍ନାରେ ରଖିଥିଲେ । ସୁମିତଙ୍କ ଏହି ଆଇଡିଆକୁ ଏବେ ବାସ୍ତବରେ ପରିଣତ କରିବା ପାଇଁ ଚେଷ୍ଟା ଜାରି ରହିଛି । ସବୁଠାରୁ ପାହାଡିଆ ଅଞ୍ଚଳରେ ମଧ୍ୟ ଏଭଳି ଘର ନିର୍ମାଣ କରାଯାଇପାରିବ ।