ବର୍ଷା ପାଇଁ ନିଆରା ପରମ୍ପରା ! ଭଲ ବର୍ଷା ପାଇଁ ବେଙ୍ଗ ବେଙ୍ଗୁଲିଙ୍କର ବିବାହ କଲେ ରାଜ୍ୟମନ୍ତ୍ରୀ, ବିଧିବଦ୍ଧ ଭାବରେ ସମ୍ପର୍ଣ୍ଣ ହେଲା ବାହାଘର ।

14

ଦେଶର କେତେକ ରାଜ୍ୟରେ ମୌସୁମୀ ଲୋକମାନଙ୍କୁ ଗରମରୁ ଆଶ୍ୱସ୍ତି ଦେଇଥିବା ବେଳେ ଆଉ କେତେକ ରାଜ୍ୟରେ ବର୍ଷାକୁ ଲୋକମାନେ ଅପେକ୍ଷା କରି ରହିଛନ୍ତି । ବର୍ଷା ଅଭାବରୁ ମଧ୍ୟପ୍ରଦେଶ ସମେତ ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଜଳ ସମସ୍ୟା ଦେଖାଦେଇଛି । ତେଣୁ ଛତରପୁରରେ ଅଧିକ ବର୍ଷା ହେବା ପାଇଁ ରାଜ୍ୟମନ୍ତ୍ରୀ ବେଙ୍ଗ ବେଙ୍ଗୁଲିଙ୍କର ବିବାହ କରିଛନ୍ତି । ଯାହା ବିଧିବଦ୍ଧ ଭାବରେ ସମ୍ପର୍ଣ୍ଣ କରାଯାଇଛି । କଥାରେ ଅଛି ଯେତେବେଳେ ମଣିଷ ଅଧିକ ନିରାଶ ହୋଇଯାଏ, ସେତେବେଳେ ଭଗବାନଙ୍କୁ ମନେ ପକାଇଥାନ୍ତି । ଠିକ ସେହିଭଳି ପରିସ୍ଥିତି ମଧ୍ୟପ୍ରଦେଶର ଛତରପୁରରେ ଦେଖିବାକୁ ମିଳିଛି । ଯେଉଁଠାରେ ପୂର୍ବବର୍ଷ ଖୁବ କମ ବର୍ଷା କାରଣରୁ ପାଣିର ସମସ୍ୟା ଦେଖାଦେଇଛି । ତେଣୁ ଏବର୍ଷ ଅଧିକ ବର୍ଷା ପାଇଁ ଲୋକମାନଙ୍କ ସହ ରାଜ୍ୟମନ୍ତ୍ରୀ ମଧ୍ୟ ବେଙ୍ଗ ବେଙ୍ଗୁଲିର ବିବାହ ଭଳି ପରମ୍ପରାକୁ ଆପଣାଇଛନ୍ତି ।

ରାଜ୍ୟର ମହିଳା ଏବଂ ବାଳବିକାଶ ରାଜ୍ୟମନ୍ତ୍ରୀ ଲଲିତ ଯାଦବ ରାଜ୍ୟରେ ଭଲ ବର୍ଷା ପାଇଁ ସ୍ଥାନିୟ ଫୁଲା ଦେବୀ ମନ୍ଦିରରେ ପୂଜାର୍ଚ୍ଚନା ସହ ବିଧିବଦ୍ଧ ଭାବରେ ବେଙ୍ଗ ବେଙ୍ଗୁଲିଙ୍କର ବାହାଘର ମଧ୍ୟ କରାଇଛନ୍ତି । ରାଜ୍ୟମନ୍ତ୍ରୀଙ୍କ କହିବା ଅନୁସାରେ ଯେଉଁ ବର୍ଷ ଏହିଭଳି ଭଗବାନଙ୍କ ପୂଜାର୍ଚ୍ଚନା କରାଯାଏ, ସେହି ବର୍ଷ ଭଲ ବର୍ଷା ହୋଇଥାଏ । ଏପରି ପୂଜାର୍ଚ୍ଚନା କରିବା ଦ୍ୱାରା ଇନ୍ଦ୍ର ଦେବତା ଖୁସିହୁଅନ୍ତି ଏବଂ ଭଲ ବର୍ଷ ମଧ୍ୟ କରାଇଥାନ୍ତି । ତେଣୁ ଏବର୍ଷ ମଧ୍ୟ ଭଲ ବର୍ଷାର ଆଶା ରଖି ଏହି ରାଜ୍ୟର ସମସ୍ଥ ଲୋକଙ୍କ ସହ ମନ୍ତ୍ରୀ ମଧ୍ୟ ସାମିଲ ହୋଇ ବର୍ଷା ପାଇଁ ଇନ୍ଦ୍ର ଦେବତାଙ୍କ ପୂଜାର୍ଚ୍ଚନା କରୁଛନ୍ତି ।