କନକ ବ୍ୟୁରୋ : ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାକୁ କଡା ନିନ୍ଦା କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂ । ଏହି ଘଟଣା ତାଙ୍କୁ ବେଶ ଆଘାତ ଦେଇଛି ଏବଂ ଏହାକୁ ଅମାନୁଷିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅମାନବୀୟ ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଏପରିକି ସେମାନଙ୍କୁ ମୃତ୍ୟୁଦଣ୍ଡ ପାଇଁ ଆବେଦନ କରାଯିବ ବୋଲି କହିଛନ୍ତି ବୀରେନ ସିଂ । କାରଣ ସଭ୍ୟ ସମାଜରେ ଏଭଳି ଘୃଣ୍ୟ ଆଚରଣ କେବେ ବି ଗ୍ରହଣୀୟ ନୁହେଁ । ଏହି ଭିଡ଼ିଓ ଭାଇରାଲ ହେବା ପରେ ତୁରନ୍ତ ପୋଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲି, ଏବଂ ଏହାର କିଛି ଘଣ୍ଟା ମଧ୍ୟରେ ହିଁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା କହିଛନ୍ତି ବୀରେନ ସିଂ ।
ସେହିଭଳି ମଣିପୁର ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି କହିଛନ୍ତି, ଏହି ଭିଡିଓ ବିଚଳିତ କଲା ଭଳି । ଏଭଳି ଘଟଣାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଘଟଣା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଟର୍ଣ୍ଣିଂ ଜେନେରାଲ ଓ ସଲିସିଟର ଜେନେରାଲଙ୍କୁ ହାଜର ହେବା ପାଇଁ କୁହାଯାଇଛି । ଆସନ୍ତା ଶୁକ୍ରବାର ଏହି ଘଟଣାର ଶୁଣାଣି କରିବେ ସୁପ୍ରମକୋର୍ଟ ।
Follow Us