କଳାହାଣ୍ଡିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଯୋଜନା: ଲଗାତର ଦ୍ୱିତୀୟ ଦିନରେ ଜିଲ୍ଲା ବୁଲୁଛନ୍ତି ଫାଇଭ-ଟି ସଚିବ 

165

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଗସ୍ତରେ ଅଛନ୍ତି ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନ୍ । ଗସ୍ତର ଦ୍ୱିତୀୟ ଦିନରେ ଆଜି ଜିଲ୍ଲାର ବିଭିନ୍ନ ଅଂଚଳ ଗସ୍ତ କରିଛନ୍ତି ଫାଇଭ୍-ଟି ସଚିବ । ଆଜି ସକାଳେ ଭବାନୀପାଟଣା ପିପଲନଲା ଜଳସେଚନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ପରେ ଭଟ୍ଟାଙ୍ଗପଦର ଏଚ୍ଏସ୍ ଗ୍ରାଉଣ୍ଡରେ ପହଂଚି ଛାତ୍ରଛାତ୍ରୀ ଓ ଏସ୍ଏଚ୍ଜି ମହିଳାଙ୍କ ଆଲୋଚନା କରିଥିଲେ । ମା’ ମାଣିକେଶ୍ୱରୀ ମନ୍ଦିର ଯାଇ ମା’ଙ୍କୁ ଦର୍ଶନ କରିବା ସହ ମନ୍ଦିରର ଉନ୍ନତିକରଣ ପାଇଁ ସେବାୟତ ଓ ଲୋକଙ୍କ ସହ ଆଲୋଚନା କରିଥିଲେ । ଏହା ପରେ କଲମପୁର ମିନି ଷ୍ଟାଡିୟମ୍ ଯାଇ ଷ୍ଟାଡିୟମ୍ର ଉନ୍ନତିର ସମୀକ୍ଷା କରିଛନ୍ତି ଫାଇଭ୍-ଟି ସଚିବ । ଆଜି ଦିନ ସାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ସମୀକ୍ଷା କରିବେ ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନ୍ ।