କାହିଁକି ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ : ଆଇଏଲଏସ ନିର୍ଦ୍ଦେଶକ କହିଲେ, ଛତିଶଗଡ଼ ସଂକ୍ରମଣ ପ୍ରମୁଖ କାରଣ

ଲୋକେ ଅମାନିଆ ହେବାରୁ ବି ବଢୁଛି ସଂଖ୍ୟା

222

କନକ ବ୍ୟୁରୋ : ଓଡିଶାରେ କାହିଁକି ବଢୁଛି କରୋନା । ଏହାର କାରଣ କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ । ଅଜୟ ପରିଡା କହିଛନ୍ତି, ରାଜ୍ୟର ସୀମାବର୍ତୀ ଜିଲ୍ଲାଗୁଡିକରେ ସଂକ୍ରମଣ ବଢୁଥିବାରୁ ସେଠାରୁ ଆସୁଥିବା ଲୋକଙ୍କ ଦ୍ୱାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଛତିଶଗଡରେ ସଂକ୍ରମଣ ରାଜ୍ୟରେ ସଂଖ୍ୟା ବଢାଇବାରେ ପ୍ରମୁଖ କାରଣ । ଲୋକେ ଅମାନିଆ ହେବାରୁ ବି ସଂଖ୍ୟା ବଢୁଛି ।

ତେବେ ପଞ୍ଜାବ, ମହାରାଷ୍ଟ୍ରରେ ଯେଉଁ ମ୍ୟୁଟେସନରେ ବ୍ୟାପୁଛି ଓଡିଶାରେ ସେ ମ୍ୟୁଟେସର ପ୍ରଭାବ ନାହିଁ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ । ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାର ଷ୍ଟ୍ରେନ ଏ ଯାଏଁ ରାଜ୍ୟରେ ଦେଖିବାକୁ ମିଳିନାହିଁ । ବର୍ତମାନ ଦେଶରେ ଯେଉଁ ସଂକ୍ରମଣ ବ୍ୟାପୁଛି ତାହା ୩ଟି ମ୍ୟୁଟେସନ ବୋଲି କୁହାଯାଉଛି ।