ରାଜ୍ୟ କ୍ୟାବିନେଟର ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ । ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର

172

କନକ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ସକାଳ ୧୦ଟାରେ ଏହି ବୈଠକ ହେବ ବୋଲି ସୂଚନା ମିଳିଛି । ଏହାର ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ବୈଠକରେ କଣ ଏଜେଣ୍ଡା ରହିବା ତାହା ସ୍ପଷ୍ଟ ଜଣା ନଥିଲେ ମଧ୍ୟ କିଛି ବଡ ଧରଣର ଘୋଷଣା ହୋଇପାରେ ବୋଲି କୁହାଯାଉଛି ।

ବିଧାନସଭା ଚାଲୁ ଥିବାରୁ କ୍ୟାବିନେଟ ବେଠକ ନେଇ କୌଣସି ସୂଚନା ଗଣମାଧ୍ୟମକୁ ଦିଆଯିବ ନାହିଁ । ତେବେ ଗୃହ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏନେଇ ବିବୃତି ରଖିପାରନ୍ତି ବୋଲି କୁହାଯାଉଛି । ଏପରିକି ଆଜି ସକାଳ ୯ଟାରେ ବୈଠକର ଏଜେଣ୍ଡା ମନ୍ତ୍ରୀମାନଙ୍କୁ ଦିଆଯିବ ବୋଲି କୁହାଯାଇଛି ।