କନକ ବ୍ୟୁରୋ :  ମୋଦିଙ୍କ ବାର୍ତ୍ତାକୁ ଜନତାଙ୍କ ପାଖରେ ପହଂଚାଇବା । ଜନ ଆନ୍ଦୋଳନକୁ ତୃଣମୂଳସ୍ତରେ ମଜବୁତ କରିବା । ଏବଂ ତଳସ୍ତରରୁ ସଂଗଠନକୁ ମଜବୁତ୍ କରିବା । ମୁଖ୍ୟତଃ ଏହି ତିନୋଟି ବିନ୍ଦୁ ଉପରେ ଜୋର ଦେଇଛି ଭାରତୀୟ ଜନତା ପାର୍ଟି । ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ପ୍ରସ୍ତୁତ ରଖିବା ପାଇଁ କୋର କମିଟି ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି ଦଳୀୟ ନେତା । ଏଥିପାଇଁ ଆଗାମୀ ଦୁଇ ମାସର ପ୍ଲାନ୍ ପ୍ରସ୍ତୁତ କରାଯାଇଛି    । ସେପ୍ଟେମ୍ବର ଓ ଅକ୍ଟୋବର ଦୁଇ ମାସ ଭିତରେ- ‘ବିଶ୍ୱକର୍ମା’ କାର୍ଯ୍ୟକ୍ରମ, ରକ୍ତଦାନ କାର୍ଯ୍ୟକ୍ରମ, ସ୍ୱଚ୍ଛ ଭାରତ ଦିବସ କାର୍ଯ୍ୟକ୍ରମ, ମୋ ମାଟି, ମୋ ଦେଶ କାର୍ଯ୍ୟକ୍ରମ, ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନ ଏବଂ ସଂଗଠନକୁ ବ୍ୟାପକ କରିବା ପାଇଁ ଦଳ ଉଦ୍ୟମ କରିବ ବୋଲି ସୂଚନା ଦିଆଯାଇଛି ।

Advertisment

ଆଗାମୀ ସାଧାରଣ ନିର୍ବାଚନରେ ଶାସକ ବିଜେଡି ଦଳକୁ ମାତ୍ ଦେବା ପାଇଁ, କୋର କମିଟି ବୈଠକରେ ଦଳୀୟ ନେତାଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି ପ୍ରଭାରୀ । ମୋଦି ସରକାରଙ୍କ ସଫଳତା ଓ ନବୀନ ସରକାରଙ୍କ ବିଫଳତାକୁ ନେଇ ଜନତାଙ୍କ ପାଖକୁ ଯିବା ପାଇଁ  ଆହ୍ୱାନ ଦେଇଛନ୍ତି ବରିଷ୍ଠ ନେତା । ଦୀର୍ଘ ୨୩ ବର୍ଷ ଶାସନରେ ବଢ଼ିଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ବଢ଼ିଛି ବୋଲି ଦଳୀୟ ନେତା ଅଭିଯୋଗ କରିଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ ବୋଲି ସୂଚନା ଦେଇଛନ୍ତି ଦଳୀୟ ନେତା ।

କୋର କମିଟି ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ସହପ୍ରଭାରୀ ବିଜୟ ପାଲ ସିଂହ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ରାଜ୍ୟ ବିଜେପିର ବଡ଼ ବଡ଼ ତୁଙ୍ଗ ନେତା ଏହି ବୈଠକରେ ସାମିଲ ହୋଇଥିଲେ