କନକ ବ୍ୟୁରୋ : ଆଜି ରାଜ୍ୟର ସମସ୍ତ ଓକିଲ ସଂଘର ନିର୍ବାଚନ । ୧୫୩ଟି ବାରରେ ଅନୁଷ୍ଠିତ ହେଉଛି ନିର୍ବାଚନ । ରାଜ୍ୟର ମୋଟ୍ ୩୩ ହଜାର ୪୩୪ ଜଣ ଆଇନଜୀବୀ ଆଜି ନିଜ ନିଜ ବାର ଆସୋସିଏସନ୍ ନେତୃବର୍ଗଙ୍କୁ ନିର୍ବାଚିତ କରିବେ । ହାଇକୋର୍ଟ ବାର ଆସୋସିଏସନର ୪ ହଜାର ୨୯୭ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ ।
ଆଜି ସକାଳ ୮ଟାରୁ ଅପରାହଣ ୩ଟା ଯାଏଁ ଭୋଟ୍ ଗ୍ରହଣ ହେବ । ଭୋଟ୍ ଗ୍ରହଣ ଶେଷ ହେବାର ପ୍ରାୟ ୧ ଘଂଟା ପରେ ଭୋଟ୍ ଗଣତି ଆରମ୍ଭ ହେବ । ଆଜି ରାତିରେ ଫଳାଫଳ ଘୋଷଣା କରାଯିବ । ୯୦ ବର୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତିଙ୍କ ପାଇଁ ନିଜ ଘରେ ଭୋଟ୍ ଦେବାର ବ୍ୟବସ୍ଥା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2023/03/vlcsnap-2023-03-25-10h32m49s117.jpg)