ଯେଉଁ କପଡାରେ ବାଥରୁମ୍ ସଫା କଲେ, ସେହି କପଡାରେ ପିଇବା ପାଣି ଗ୍ଲାସ ପୋଛିଲେ । ଜାଣନ୍ତୁ ଏହି ୫ଷ୍ଟାର ହୋଟେଲର ଅବସ୍ଥା

ଚୀନର ଏକ ପଞ୍ଚତାରକା ହୋଟେଲର ଭିଡ଼ିଓ ଭାଇରାଲ ହୋଇଛି ।

103

ପଞ୍ଚତାରକା ହୋଟେଲରେ ଯଦି ଆପଣ ନିଜର ଝାଳ ବୁହା ଟଙ୍କା ଖର୍ଚ୍ଚ କରି ଭାବୁଛନ୍ତି କି, ଆପଣଙ୍କୁ ସବୁ ଭଲ ମିଳୁଛି । ତେବେ ଆପଣ ଭୁଲ ହୋଇପାରନ୍ତି । ଯେବେ ଆମେ କୌଣସି ୫ ଷ୍ଟାର ହୋଟେଲକୁ ଯାଉ, ଆମେ ସର୍ଭିସ୍, ଗୁଣବତ୍ତା ଓ ସବୁଠାରୁ ମହତ୍ୱପୂର୍ଣ୍ଣ ହେଲା ସ୍ୱଚ୍ଛତାର ମାନକକୁ ଦେଖୁ । କିନ୍ତୁ ଚୀନର ଏକ ପଞ୍ଚତାରକା ହୋଟେଲର ଭାଇରାଲ ଭିଡ଼ିଓ ଦେଖିବା ପରେ ବୋଧ ହୁଏ ଲୋକମାନେ ଅନ୍ଧ ଭାବରେ କୌଣସି ଜିନିଷକୁ ଭରସା କରିବେ ନାହିଁ ।

ସୂଚନା ମୁତାବକ, ଚୀନର ଏକ ପଞ୍ଚତାରକା ହୋଟେଲର ଭିଡ଼ିଓ ଭାଇରାଲ ହୋଇଛି । ଯେଉଁଥିରେ ଜଣେ ସଫେଇ କର୍ମଚାରୀ ଟଏଲେଟ୍ ପ୍ୟାନ୍ ସଫା କରୁଥିବା ଦେଖାଯାଇଛି । କିଛି ସମୟ ପରେ ସଫେଇ କର୍ମଚାରୀ ଟଏଲେଟ୍ ପ୍ୟାନ୍ ସଫା କରୁଥିବା କପଡ଼ା ନେଇ ପାଣି ପିଇବା ଗ୍ଲାସକୁ ସଫା କରିବା ଆରମ୍ଭ କରୁଛନ୍ତି । ଏହି ଦୃଶ୍ୟ ଦେଖିବା ପରେ ହୋଟେଲର ପରିଷ୍କାର ପରିଚ୍ଛନ୍ନତା ଉପରେ ଏବେ ପ୍ରଶ୍ନ ଉଠିଛି ।