ଗର୍ଭଗୃହର ଭାଇରାଲ ଫଟୋ ପ୍ରସଙ୍ଗ : ଶ୍ରୀମନ୍ଦିର ପ୍ରଶାସନକୁ କାରଣ ଦର୍ଶାଅ ନୋଟିସ ଜାରି କଲେ ହାଇକୋର୍ଟ

26

କନକ ବ୍ୟୁରୋ : ଗର୍ଭଗୃହର ଭାଇରାଲ ଫଟୋ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନକୁ ଜବାବ ତଲବ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । କିପରି ଶ୍ରୀମନ୍ଦିର ଜଗମୋହନ ମରାମତି ବେଳେ ଗର୍ଭଗୃହର ଫଟୋ ଭାଇରାଲ ହେଲା ଏ ସଂପର୍କରେ ସବିଶେଷ ତଥ୍ୟ ଦେବା ପାଇଁ ହାଇକୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମାମଲାର ପରବର୍ତି ଶୁଣାଣି ଡିସେମ୍ବର ୬ ତାରିଖରେ ହେବ । ତେବେ ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । କେଉଁ ପରିସ୍ଥିତିରେ ଗର୍ଭଗୃହର ଫଟୋ ଭାଇରାଲ ହେଲା ସେ ନେଇ ଏଏସଆଇ କର୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି । ଏଏସଆଇ କଣ କାର୍ଯ୍ୟାନୁଷ୍ଠାନ ନେଇଛି ତାକୁ ଅପେକ୍ଷା କରାଯାଇଛି । ଏହା ସହ ଏଣିକି ଯେଉଁମାନେ ମନ୍ଦିର କାମରେ ଆସୁଛନ୍ତି ସେମାନଙ୍କଠାରୁ ଅଣ୍ଡରଟୋକିଂ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।