ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ପୁରୀ ଏସଡିଜେଏମଙ୍କ ଝଟକା : ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ନାଁରେ ମାମଲା ରୁଜୁ ନିର୍ଦ୍ଦେଶ

147

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପୁରୀ ଏସଡିଜେଏମ କୋର୍ଟଙ୍କ ଝଟକା । କାରଣ ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ସମସ୍ତ ପକ୍ଷଙ୍କ ବିରୋଧରେ ମାମଲା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଶ୍ରୀମନ୍ଦିର ଆଖପାଖରେ ବେଆଇନ ଖନନ ଓ ନିର୍ମାଣ କାମ ଚାଲିଥିବା ଦର୍ଶାଇ ଆଇନଜୀବୀଙ୍କ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି ଏସଡିଜେଏମ କୋର୍ଟ ।

ପୁରୀ ଜିଲ୍ଲାପାଳ, ଓବିସିସି ଓ ଠିକା ସଂସ୍ଥା ଟାଟା କମ୍ପାନୀ ବିରୋଧରେ ମାମଲା କରିବାକୁ କହିଛନ୍ତି । ଏ ସମ୍ପର୍କରେ ଏତଲା ଦେବାକୁ ଚାହିଁଥିଲେ ବି ଥାନା ଗ୍ରହଣ କରିନଥିଲା । ତେଣୁ କୋର୍ଟଙ୍କୁ ଜାଇଥିଲେ ଆଇନଜୀବୀ । ଆବେଦନର ଶୁଣାଣି କରି କୋର୍ଟ ସିଂହଦ୍ୱାର ଥାନାରେ ଏତଲା ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।