ରାବଣର ପୁଷ୍ପକ ବିମାନ ଉପରେ ଆରମ୍ଭ ହେବ ଗବେଷଣା, ସହାୟତା ପାଇଁ ଭାରତକୁ ଅନୁରୋଧ

420

କନକ ବ୍ୟୁରୋ : ରାବଣର ପୁଷ୍ପକ ବିମାନ ଉପରେ ପୁଣି ଗବେଷଣା ଆରମ୍ଭ କରିବେ ଶ୍ରୀଲଙ୍କା ସରାକର । କୋଭିଡ-୧୯ କଟକଣା ଯୋଗୁଁ ସ୍ଥଗିତ ରହିଥିବା ଏହି ଗବେଷଣା ପୁଣିଥରେ ଆରମ୍ଭ ହେବାକୁ ଯାଉଥିବା ଶ୍ରୀଲଙ୍କା ସରକର ସୂଚନା ଦେଇଛନ୍ତି । ରାଜା ରାବଣ କେବଳ ଜଣେ କାଳ୍ପନିକ କାହାଣୀ ପୁରାଣର ଚରିତ୍ର ନଥିଲେ, ସେ ଜଣେ ସୁଦକ୍ଷ ବିମାନ ଚାଳକ ଥିବା ନେଇ ଦାବି ଉଠିବା ପରେ ଶ୍ରୀଲଙ୍କା ସରକାର ରାବଣରୁ ପୁଷ୍ପକ ବିମାନ ଉପରେ ଗବେଷଣା କରିବାକୁ ସ୍ଥିର କରିଥିଲେ । ଏନେଇ ଶ୍ରୀଲଙ୍କା ସରକାର ୨୦୧୯ ମସିହାରେ ୫୦ ଲକ୍ଷ ଟଙ୍କା ବି ମଞ୍ଜୁର କରିଥିଲେ ।

ଅନ୍ୟପଟେ ରାବଣର ଏହି ପୁଷ୍ପକ ବିମାନ ପ୍ରସଙ୍ଗ ‘ରାମାୟଣ କାବ୍ୟ’ ସଂ ସଂଶ୍ଳିଷ୍ଟ ଥିବାରୁ ଏହି ଗବେଷଣାରେ ଭାରତ ବି ଯୋଗଦେଉ ବୋଲି ଶ୍ରୀଲଙ୍କା କହିଛି । ଐତିହାସକମାନଙ୍କ ସହ ଶ୍ରୀଲଙ୍କାର ଅନେକ ଲୋକ ବିଶ୍ୱାସ କରନ୍ତି ଯେ ରାବଣ କେବଳ ଜଣେ ପୌରାଣିକ ପାତ୍ର ନୁହଁନ୍ତି, ସେ ଜଣେ ପଣ୍ଡିତ ଓ ଲଙ୍କାକୁ ଶାସନ କରୁଥିବା ଜଣେ ମହାନ ବ୍ୟକ୍ତି ।

ଏନେଇ ଶ୍ରୀଲଙ୍କାର ଲୋକ ଓ ଐତିହାସିକମାନେ ବାରମ୍ବାର ଦାବି କରିବା ପରେ ଶ୍ରୀଲଙ୍କା ସରକାର ଏହା ଉପରେ ଗବେଷଣା କରିବା ଆରମ୍ଭ କରିଦେଇଥିଲେ । ହେଲେ କୋଭଡ କଟକଣା ଯୋଗୁଁ ଉକ୍ତ ଗବେଷଣାକୁ ସ୍ଥଗିତ ରଖାଯାଇଥିଲା । ଏବେ କ୍ରମଶଃ ସ୍ଥିତି ସ୍ୱଭାବିକ ହେଉଥିବାରୁ ପୁଣି ଗବେଷଣା ଆରମ୍ଭ କରିବାକୁ ଶ୍ରୀଲଙ୍କା ସରକାର ସ୍ଥିର କରିଛନ୍ତି  ଓ ୨୦୨୨ ପ୍ରାରମ୍ଭରେ ଏହା ଉପରେ ଅଧ୍ୟୟନ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।
‘ଶ୍ରୀଲଙ୍କୀୟ ବିମାନ ଚଳାଚଳ କର୍ତ୍ତୃପକ୍ଷ’ର ପୂର୍ବତନ ଉପାଧ୍ୟକ୍ଷ ଶଶୀ ଦନତୁଙ୍ଗେ କହିଛନ୍ତି ଯେ, ଏହି ଗବେଷଣା ନିମନ୍ତେ ରାଜପକ୍ଷେ ନେତୃତ୍ବାଧୀନ ଶ୍ରୀଲଙ୍କୀୟ ସରକାର ବିଶେଷ ଆଗ୍ରହ ଦେଖାଇଛନ୍ତି। ଆଗାମୀ ବର୍ଷ ପ୍ରାରମ୍ଭରେ ଏହି ଅଧ୍ୟୟନ ଆରମ୍ଭ ହେବ ବୋଲି ସେ କହିଛନ୍ତି।