ଆଜିଠୁ ଓଡିଶାରେ ମିଳିବ ଋଷିଆ ଟିକା : ଭୁବନେଶ୍ୱରର କେୟାର ହସ୍ପିଟାଲରେ ଦିନ ୧୦ଟାରୁ ଦିଆଯିବ ସ୍ପୁଟନିକ୍-ଭି ଟିକା

299

କନକ ବ୍ୟୁରୋ : କରୋନା ବିରୋଧୀ ଲଢେଇର ସାମିଲ ହେଲା ଆଉ ଏକ ଅସ୍ତ୍ର । ଆଜି ଓଡିଶାରେ ଦିଆଯିବ ରୁଷିଆ ଟିକା । ଭୁବନେଶ୍ୱରରେ ସ୍ପୁଟନିକ ଭି ଟିକା ନେଇପାରିବେ । ଭୁବନେଶ୍ୱରର କେୟାର ହସ୍ପିଟାଲରେ ସ୍ପୁଟନିକ୍-ଭି ଟିକା ଉପଲବ୍ଧ ହେଉଛି । କୋ-ୱିନ୍ ଆପରେ ପଂଜିକରଣ କରିଥିବା ବ୍ୟକ୍ତିଙ୍କୁ ଆଜି ୧୦ଟାରୁ ଟିକା ଦିଆଯିବ । ୧୧୪୫ ଟଙ୍କାରେ ସ୍ପୁଟନିକ୍-ଭି ର ଗୋଟିଏ ଡୋଜ୍ ନେଇପାରିବେ ।

ପ୍ରଥମ ଡୋଜର ୨୧ ଦିନ ପରେ ୨ୟ ଡୋଜ ଟିକା ନେଇପାରିବେ । କେନ୍ଦ୍ର ସରକାରଙ୍କ କୋ-ୱିନ ଆପକୁ ଯାଇ ‘ସ୍ପୁଟନିକ ଭି’ ପାଇଁ ସ୍ଲଟ ବୁକ କରିପାରିବେ । ଏହି ଟିକା ୯୧ ପ୍ରତିଶତରୁ ଅଧିକ ପ୍ରଭାବି ବୋଲି କୁହାଯାଉଛି । ଗତ ଜୁନ ୬ ତାରିଖରୁ ଭାରତରେ ଉପଲବ୍ଧ ହେଉଛି ସ୍ପୁଟନିକ ଭି । ପ୍ରଥମେ ଆପୋଲା ହସ୍ପିଟାଲରେ ମିଳିବା ପରେ ଏବେ ଅନ୍ୟ ହସ୍ପିଟାଲରେ ଏହି ଟିକା ମିଳୁଛି । ବର୍ତମାନ ସୁଦ୍ଧା ୬୦ ଟି ଦେଶରେ ସ୍ପୁଟନିକ ଭି ଟିକାର ବ୍ୟବହାର ହେଉଛି । ରୁଷିଆ ଗାମେଲିଆ ରିସର୍ଚ୍ଚ ସେଂଟର ପକ୍ଷରୁ ଏହାକୁ ବିକଶିତ କରାଯାଇଛି । ସ୍ପୁଟନିକ ଭି କୁ ପ୍ରଥମ କରୋନା ଟିକା ଭାବେ ଦାବି କରିଥିଲା ରୁଷିଆ ।