ଅକ୍ଟୋବର ସୁଦ୍ଧା ଭାରତକୁ ମିଳିପାରେ ଆଉ ୫ ଟି କରୋନା ଭ୍ୟାକ୍ସିନ୍ । ୧୦ ଦିନ ମଧ୍ୟରେ ‘ସ୍ପୁଟନିକ୍ ଭି’ କୁ ବି ମିିଳିପାରେ ମଞ୍ଜୁରୀ

207

କନକ ବ୍ୟୁରୋ : ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ଭାରତକୁ ଆଉ ୫ ଟି କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିଡ-୧୯ ଟିକା ମିଳିବାର ସମ୍ଭାବନା ଦେଖାଦେଇଛି । ଭାରତ ବର୍ତ୍ତମାନ ୨ ଟି କୋଭିଡ ଟିକାକୁ ମଞ୍ଜୁରୀ ଦେଇଛି । ଯାହା ମଧ୍ୟରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ରହିଛି । ହେଲେ ଚଳିତ ବର୍ଷ ଶେଷ ପୂର୍ବରୁ ଭାରତକୁ ଆଉ ୫ ଟି କୋଭିଡ୍-୧୯ ଟିକା ମିଳିବାର ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ରହିଛି । ଡ,ରେଡ୍ଡିଜ ସହଯୋଗରେ ପ୍ରସ୍ତୁତ ହେଉଥିବା ସ୍ପୁଟନିକ୍ ଭି, ବାୟୋଲୋଜିକାଲ ଇ ର ସହଯୋଗରେ ପ୍ରସ୍ତୁତ ହେଉଥିବା ଜନସନ ଆଣ୍ଡ ଜନସନ, ସେରମ ଇଣ୍ଡିଆ ସହଯୋଗରେ ପ୍ରସ୍ତୁତ ହେଉଥିବା ନିବାବେକ୍ସ, ଜାଇଡସ କାଡିଲା ଭ୍ୟାକ୍ସିନ ଓ ଭାରତ ବାୟୋଟେକର ଇଟ୍ରାନସଲ ଭ୍ୟାକ୍ସିନ୍ ।

ସୂତ୍ରର ସୂଚନା ମୁତାବକ ଭାରତ କୌଣସି କୋଭିଡ-୧୯ ଭ୍ୟାକ୍ସିନ କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବା ପୂର୍ବରୁ ତାହାର ସୁରକ୍ଷା ଓ ପ୍ରଭାବ ଉପରେ ପ୍ରାଥମିକତା ଦେଇଥାଏ । ରିପୋର୍ଟ ମୁତାବକ ଏହିସବୁ ଟିକାର ପ୍ରାଥମିକ ପରୀକ୍ଷଣ ପରେ ସ୍ପୁଟନିକ୍ ଭି ଟିକାକୁ ଆସନ୍ତା ୧୦ ଦିନ ମଧ୍ୟରେ ଭାରତ ସରକାର ଅନୁମତି ଦେଇପାରନ୍ତି ।

କହିରଖୁ କି ସ୍ପୁଟନିକ୍ ଭି ପ୍ରସ୍ତୁତ ପାଇଁ ଋଷର ପ୍ରତ୍ୟେକ୍ଷ ନିବେଶକୋଷ (ଆରଡିଆଇଏଫ) ଓ ହାଇଦ୍ରାବାଦ ସ୍ଥିତ ବିରଚୋ ବାୟୋଟେକ ମଧ୍ୟରେ  ୨୦ କୋଟି ଡୋଜ୍ ଉତ୍ପାଦନ କରିବାକୁ ବୁଝାମଣା ହୋଇଛି । ଏହାମଧ୍ୟରୁ ସ୍ପୁଟନିକ୍ ଭି ଭାରତକୁ ୮.୫ କୋଟି ଡୋଜ ଯୋଗାଇଦେବ ।