ପାକିସ୍ତାନ ଯିବନି ଟିମ୍‌ ଇଣ୍ତିଆ; ହେଲେ ରୋହିତ ଯିବେ କି ପାକିସ୍ତାନ ?

ଫେବ୍ରୁଆରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବାକୁ ଥିବା ବେଳେ ଏବେ ସମସ୍ତଙ୍କ ନଜର ରହିଛି କ୍ୟାପ୍ଟେନ ରୋହିତ ଶର୍ମା ଉପରେ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ପାକିସ୍ତାନ ଯିବେ କି ରୋହିତ ?

Rohit Sharma

କନକ ବ୍ୟୁରୋ : ଆଉ କିଛି ଦିନ ପରେ ପାକିସ୍ତାନରେ ଖେଳାଯିବ ଚାମ୍ପିୟନ୍ସ ଟ୍ରଫି । ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ଥିବା ବେଳେ କିନ୍ତୁ ଭାରତ ନିଜର ସମସ୍ତ ମ୍ୟାଚ୍‌ ୟୁଏଇରେ ଖେଳିବ । ଏହାରି ମଧ୍ୟରେ ଟିମ୍‌ ଇଣ୍ତିଆର କ୍ୟାପ୍ଟେନ ରୋହିତ ଶର୍ମା ପାକିସ୍ତାନ ଯିବା ନେଇ ଚର୍ଚ୍ଚା ହେଉଛି । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ହେବାକୁ ଥିବା ଫଟୋସୁଟ୍‌ ପାଇଁ ପାକିସ୍ତାନ ଯାଇପାରନ୍ତି ରୋହିତ । ତେବେ ଏନେଇ ବିସିସିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ଫେବ୍ରୁଆରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବାକୁ ଥିବା ବେଳେ ଏବେ ସମସ୍ତଙ୍କ ନଜର ରହିଛି କ୍ୟାପ୍ଟେନ ରୋହିତ ଶର୍ମା ଉପରେ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ପାକିସ୍ତାନ ଯିବେ କି ରୋହିତ ? ଏନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।  ରିପୋର୍ଟ ମୁତାବକ ରୋହିତ ଶର୍ମା କ୍ୟାପ୍ଟେନ ଫଟୋସୁଟ ପାଇଁ ପାକିସ୍ତାନ ଯାଇପାରନ୍ତି । ବର୍ତ୍ତମାନ ଯାଏଁ ଏନେଇ କୌଣସି ଘୋଷଣା ହୋଇନାହିଁ । ଆଇସିସି ପରମ୍ପରା ଅନୁଯାୟୀ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସବୁ ଟିମ୍‌ର ଅଧିନାୟକ ଆୟୋଜକ ଦେଶରେ ଫଟୋସୁଟ୍‌ ଏବଂ ପ୍ରେସ କନଫରେନ୍ସ ପାଇଁ ଯାଆନ୍ତି । ପାକିସ୍ତାନ ଏଥର ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରୁଥିବାରୁ କ୍ୟାପ୍ଟେନ ରୋହିତ ଶର୍ମା ପାକିସ୍ତାନ ଯିବେ କି ନାହିଁ ଚର୍ଚ୍ଚା ବଢୁଛି ।

ଯଦି ରୋହିତ ପାକିସ୍ତାନ ନ ଯାଆନ୍ତି, ଆଇସିସି ପାଖରେ କଣ ରହିଛି ବିକଳ୍ପ ?

ଯଦି ରୋହିତ ଶର୍ମା ଫଟୋସୁଟ୍‌ ପାଇଁ ପାକିସ୍ତାନ ନ ଯାଆନ୍ତି । ତେବେ ଆଇସିସି ଏହାର କିଛି ବିକଳ୍ପ ବାଟ କାଢ଼ିପାରେ । ଯେମିତିକି ଫଟୋସୁଟ୍‌କୁ ୟୁଏଇକୁ ସ୍ଥାନାନ୍ତର କରାଯାଇପାରେ । ନଚେତ୍‌ ରୋହିତ ଭିଡିଓ କନଫେରେନ୍ସିଂ ଜରିଆରେ ଯୋଗ ଦେଇପାରନ୍ତି ।

ପୂର୍ବରୁ ଟିମ୍‌ ଇଣ୍ତିଆ ପାକିସ୍ତାନ ନ ଯିବା ନେଇ ପିସିବିକୁ ଝଟକା ଲାଗିଥିବା ବେଳେ ଏବେ ଯଦି ରୋହିତ ବି ନ ଯାଆନ୍ତି, ତେବେ ପାକିସ୍ତାନକୁ ଡବଲ୍‌ ଝଟକା ଲାଗିପାରେ । ପୂର୍ବରୁ ଟୁର୍ଣ୍ଣାମେଣ୍ଟଟି ହାଇବ୍ରିଜ ମଡେଲରେ ଖେଳାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଭାରତ ନିଜର ସମସ୍ତ ମ୍ୟାଚ୍‌ ୟୁଏଇରେ ଖେଳିବ । ଆଗାମୀ ଦିନରେ ରୋହିତଙ୍କୁ ନେଇ ଆଇସିସି କଣ ନିଷ୍ପତ୍ତି ନେଉଛି ତା ଉପରେ ନଜର ରହିଛି ।

କିଛିଦିନ ତଳେ ପାକିସ୍ତାନ ହାତରୁ ଚାମ୍ପିୟନ୍ସ ଟ୍ରଫି ଖସିଯିବାର ଚର୍ଚ୍ଚା ହେଉଥିଲା ।  ଚାମ୍ପିୟନ୍ସ ଟ୍ରଫିକୁ ନେଇ ଆଇସିସିର ଚିନ୍ତା ବଢ଼ିଛି । ପାକିସ୍ତାନର ଲାହୋର, କରାଚି ଓ ରାୱଲପିଣ୍ଡିରେ ମ୍ୟାଚ୍‌ ଖେଳଯିବାକୁ ଥିବା ବେଳେ ସେଠାରେ ଷ୍ଟାଡିୟମ ଗୁଡ଼ିକର ନିର୍ମାଣ କାମ ଅଧାପନ୍ତରା ହୋଇପଡ଼ି ରହିଥିବାର ଚର୍ଚ୍ଚା ହେଉଛି । ଏପରି କି ଗୋଟିଏ ଷ୍ଟାଡିୟମର ପ୍ଲାଷ୍ଟର କାମ ମଧ୍ୟ ସରିନଥିବା କୁହାଯାଉଛି ।

ପାକିସ୍ତାନରେ ମ୍ୟାଚ ପାଇଁ ଷ୍ଟାଡିୟମ ପ୍ରସ୍ତୁତ ହୋଇନଥିବାରୁ ବଢିଲା ଆଶଙ୍କା । ଫେବୃଆରୀ ସୁଦ୍ଧା ସବୁ ଷ୍ଟାଡିୟମ ଆଇସିସିକୁ ହସ୍ତାନ୍ତର କରିବା ନେଇ ସନ୍ଦେହ । ବର୍ତ୍ତମାନ ସୁଦ୍ଧା ଷ୍ଟାଡିୟମଗୁଡିକରେ କାମ ଚାଲିଛି । ପୂର୍ବରୁ ହାଇବ୍ରିଡ ମଡେଲରେ ମ୍ୟାଚ ଖେଳାଯିବା ନେଇ ହୋଇଥିଲା ନିଷ୍ପତ୍ତି । ଭାରତ ତାର ସମସ୍ତ ମ୍ୟାଚ ୟୁଏଇରେ ଖେଳିବ । ଧାର୍ୟ୍ୟ ସମୟରେ ଷ୍ଟାଡିୟମ ପ୍ରସ୍ତୁତ ନହେଲେ ସବୁ ମ୍ୟାଚ ୟୁଏଇରେ ହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe