ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଟିମ୍ ଇଣ୍ତିଆର ଷ୍ଟାର ଅଲରାଉଣ୍ତର ଆର୍ ଅଶ୍ୱିନ୍

ଡିସେମ୍ବର ୬ରେ ଆଡିଲେଡରେ ଖେଳାଯିବାକୁ ଥିବା ଟେଷ୍ଟ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରର ଶେଷ ମ୍ୟାଚ ବୋଲି ସେ ଘୋଷଣା କରିଛନ୍ତି ।

Ashwin

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ତର ରବିଚନ୍ଦ୍ରନ ଅଶ୍ୱିନ ଅବସର ଘୋଷଣା କରିଛନ୍ତି । କ୍ରିକେଟର ସବୁ ଫର୍ମାଟରୁ ବିଦାୟ ନେଇଛନ୍ତି ଅଶ୍ୱିନ୍ । ଏନେଇ ରୋହିତ ଶର୍ମାଙ୍କ ସହ ପ୍ରେସମିଟ୍ ଜରିଆରେ ଘୋଷଣା କଲେ ଅଶ୍ୱିନ । ଡିସେମ୍ବର ୬ରେ ଆଡିଲେଡରେ ଖେଳାଯିବାକୁ ଥିବା ଟେଷ୍ଟ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରର ଶେଷ ମ୍ୟାଚ ବୋଲି ସେ ଘୋଷଣା କରିଛନ୍ତି ।

୨୦୧୧ ନଭେମ୍ବରରେ ୱେଷ୍ଟଇଣ୍ତିଜ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ଆର୍ ଅଶ୍ୱିନ୍ । ସେ ମୋଟ ୧୦୬ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ସେ ଟେଷ୍ଟରେ ମୋଟ ୫୩୭ଟି ୱିକେଟ ନେଇଛନ୍ତି । ୧୧୬ ଦିନିକିଆରେ ୧୫୬ଟି ୱିକେଟ ନେଇଛନ୍ତି ଅଶ୍ୱିନ୍ । ଟି-ଟ୍ୱେଣ୍ଟିରେ ୬୫ଟି ମ୍ୟାଚରୁ ୭୨ଟି ୱିକେଟ ନେଇଛନ୍ତି । ୩ଟି ଫର୍ମାଟରେ ମୋଟ ୭୬୫ଟି ୱିକେଟ ନେଇଛନ୍ତି ଅଶ୍ୱିନ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe