କ୍ୟାପ୍ଟେନ ରୋହିତଙ୍କ ରଣହୁଙ୍କାର; କହିଲେ, ଏଥର ଚାମ୍ପିୟନ୍ସ ଟ୍ରଫି ଆମର.. ପୁଣି ୱାଙ୍ଖଡ଼େରେ ହେବ ସେଲିବ୍ରେସନ

ରୋହିତ କହିଛନ୍ତି, ମୋର ବିଶ୍ୱାସ ରହିଛି, ଯେତେବେଳେ ଆମେ ଦୁବାଇ ପହଞ୍ଚିବୁ.. ଭାରତର ୧୪୦ କୋଟି ଲୋକ ଆମ ପଛରେ ରହିଥିବେ । ଆମେ ଟ୍ରଫି ଜିତିବା ପାଇଁ ସତ ଚେଷ୍ଟା କରିବୁ । ପ୍ରତିଟି ଭାରତୀୟଙ୍କ ସ୍ୱପ୍ନ ପୂରଣ କରିବୁ । ଏବଂ ଟ୍ରଫି ନେଇ ୱାଙ୍ଖଡ଼େ ଷ୍ଟାଡିୟମକୁ ଫେରିବୁ ।

Rohit Sharma Big Promise

କନକ ବ୍ୟୁରୋ : ଏଥର ଦୁବାଇରେ ଚମକିବ ଟିମ୍‌ ଇଣ୍ତିଆ । ୧୪୦ କୋଟି ଭାରତୀୟଙ୍କ ଆଶୀର୍ବାଦ ବଳରେ ସବୁ ଟିମ୍‌କୁ ମାତ ଦେଇ ଚାମ୍ପିୟନ୍ସ ଟ୍ରଫି ହାତେଇବ ଭାରତ । ପୁଣି ୱାଙ୍ଖଡ଼େକୁ ଫେରିବ ଟ୍ରଫି । ଜୋରଦାର ହେବ ସେଲିବ୍ରେସନ । ୱାଙ୍ଖଡ଼େ ଷ୍ଟାଡିୟମର ୫୦ ତମ ବାର୍ଷିକ ଉତ୍ସବ ଅବସରରେ ଏମିତି ଢ଼ଙ୍ଗରେ ରଣହୁଙ୍କାର ଦେଇଛନ୍ତି ଟିମ୍‌ ଇଣ୍ତିଆର ଅଧିନାୟକ ରୋହିତ ଶର୍ମା । ଦେଶବାସୀଙ୍କ ପାଇଁ ଆଇସିସି ଟ୍ରଫିକୁ ପୁଣି ୱାଙ୍ଖଡ଼େ ଫେରାଇ ଆଣିବା ପାଇଁ ନିଜର ବେଷ୍ଟ ପ୍ରଦର୍ଶନ ଦେବୁ ବୋଲି କହିଛନ୍ତି ରୋହିତ ।

ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ବିସିସିଆଇ ପକ୍ଷରୁ ୧୫ ଜଣିଆ ଟିମ୍‌ ଘୋଷଣା ସରିଛି । ଟିମ୍‌ର ମଙ୍ଗ ଧରିଛନ୍ତି ହିଟମ୍ୟାନ୍‌ ରୋହିତ ଶର୍ମା । ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପୂର୍ବରୁ ଯେପରି ଜୟ ଶାହ ସମସ୍ତଙ୍କ ଆଗରେ ଘୋଷଣା କରିଥିଲେ ଯେ, ଏଥର ବାରବାଡୋସ୍‌ରେ ରୋହିତଙ୍କ କ୍ୟାପ୍ଟେନସିପ୍‌ରେ ଟିମ୍‌ ଇଣ୍ତିଆ ଟ୍ରଫି ଜିତିବ । ପୁଣି ସେହି ସମାନ ଅନ୍ଦାଜରେ ରୋହିତ ମଧ୍ୟ ଚାମ୍ପିୟନ୍ସ ଟ୍ରଫି ଜିତିବା ନେଇ ଆହ୍ୱାନ ଦେଇଛନ୍ତି ।

ରୋହିତ କହିଛନ୍ତି, ମୋର ବିଶ୍ୱାସ ରହିଛି, ଯେତେବେଳେ ଆମେ ଦୁବାଇ ପହଞ୍ଚିବୁ.. ଭାରତର ୧୪୦ କୋଟି ଲୋକ ଆମ ପଛରେ ରହିଥିବେ । ଆମେ ଟ୍ରଫି ଜିତିବା ପାଇଁ ସତ ଚେଷ୍ଟା କରିବୁ । ପ୍ରତିଟି ଭାରତୀୟଙ୍କ ସ୍ୱପ୍ନ ପୂରଣ କରିବୁ । ଏବଂ ଟ୍ରଫି ନେଇ ୱାଙ୍ଖଡ଼େ ଷ୍ଟାଡିୟମକୁ ଫେରିବୁ ।

ଗତକାଲି ୱାଙ୍ଖଡ଼େ ଷ୍ଟାଡିୟମର ୫୦ ତମ ବାର୍ଷିକ ଉତ୍ସବ ଅବସରରେ ଚାମ୍ପିୟନ୍ସ ଟ୍ରଫିକୁ ଷ୍ଟାଡିୟମକୁ ଅଣାଯାଇଥିଲା । ମଞ୍ଚରେ ଉପସ୍ଥିତ ଥିଲେ ସୁନୀଲ ଗାଭାସ୍କର, ରବି ଶାସ୍ତ୍ରୀ, ସଚିନ ତେନ୍ଦୁଲକର, ଅଜିଙ୍କ୍ୟ ରାହାଣେ ଓ ରୋହିତ ଶର୍ମା । ଏହି ଅବସରରେ ରୋହିତ ଉଦବୋଧନ ଦେଲା ବେଳେ ଏଥର ଚାମ୍ପିୟନ୍ସ ଟ୍ରଫି ଜିତିବା ନେଇ ରଣହୁଙ୍କାର ଦେଇଥିଲେ ।

ଫେବୃଆରୀ ୧୯ରୁ ପାକିସ୍ତାନ ଏବଂ ଦୁବାଇରେ ଆରମ୍ଭ ହେବାକୁ ଯାଉଛି ଚମ୍ପିଆନ୍ସ ଟ୍ରଫି ୨୦୨୫ । ପାକିସ୍ତାନ ଆୟୋଜକ ଥିବା ସତ୍ତ୍ୱେ ଭାରତ କିନ୍ତୁ ନିଜର ସମସ୍ତ ମ୍ୟାଚ୍‌ ଦୁବାଇରେ ଖେଳିବ । ଭାରତର ଅଭିଯାନ ଫେବୃଆରୀ ୨୦ରୁ ଆରମ୍ଭ ହେବ । ଦୁବାଇରେ ବାଂଲାଦେଶ ସହିତ ଭାରତର ମୁକାବିଲା ରହିଛି । ଏହାପରେ ୨୩ରେ ରହିଛି ହାଇଭୋଲଟେଜ୍‌ ମ୍ୟାଚ୍‌ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ମଧ୍ୟରେ ହେବ କଡ଼ା ଟକ୍କର । ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ମୁକାବିଲା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe