୨୦୧୦ ମସିହା ଜୁନ୍‌ରେ ଦିନକିଆ କ୍ରିକେଟରେ ଡେବ୍ୟୁ କରିଥିଲେ ଏହି ଅଶ୍ବିନ । ଶ୍ରୀଲଙ୍କା ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ।

ସେହି ବର୍ଷ ହିଁ ଟି-ଟ୍ବେଣ୍ଟି ଡେବ୍ୟୁ କରିବା ପରେ ୨୦୧୧ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରିଥିଲେ । ଧୋନୀଙ୍କ ଅଧିନାୟକତ୍ବରେ ସେ ନିଜେ କ୍ରିକେଟିଂ କ୍ୟାରିଅରର ଶୁଭାରମ୍ଭ କରିଥିଲେ । ୨୦୧୩ ଚାମ୍ପିୟନ୍ସ ଟ୍ରଫି ବିଜୟରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଥିଲା ।

ଟେଷ୍ଟ୍‌ କ୍ୟାରିଅରରେ ୫୩୭ଟି ୱିକେଟ୍‌ ନେଇଥିବା ବେଳେ ଦିନିକିଆରେ ୧୫୬ଟି ୱିକେଟ୍‌ ଦଖଲ କରିଛନ୍ତି । ସେହଭଳି ଟି-ଟ୍ବେଣ୍ଟିରେ ବି ୭୨ଟି ୱିକେଟ୍‌ ନେଇଛନ୍ତି ଆର. ଅଶ୍ବିନ୍‌ । କ୍ୟାରିଅରର ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ଧୋନୀଙ୍କ ପାଇଁ ଟ୍ରମ୍‌କାର୍ଡ ସାବ୍ୟସ୍ତ ହୋଇଥିଲେ ।

୨୦୨୩ରେ ଶେଷ ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ୨୦୨୨ରେ ଶେଷ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳିଥିଲେ ଆର୍. ଅଶ୍ବିନ୍ । ଏହାପରେ ଲଗାତାର ଜାତୀୟ ଦଳକୁ ଫେରିବାକୁ ସଂଘର୍ଷ କରିଥିଲେ ।

ଚଳିତ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ସିରିଜ୍‌ର ତୃତୀୟ ମ୍ୟାଚ୍ ପରେ ଅଚାନକ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଆର୍‌ ଅଶ୍ବିନ୍ । ଗତ ଦୁଇରୁ ତିନି ବର୍ଷ ହେଲା ଅଶ୍ବିନ୍‌ଙ୍କ ବୋଲିଂରେ ସେଭଳି ଧାର ଦେଖିବାକୁ ମିଳୁନଥିଲା ।

ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ବିତୀୟ ଟେଷ୍ଟ୍ ମ୍ୟାଚ୍‌ରେ ସେ କୌଣସି ୱିକେଟ୍‌ ହାସଲ କରି ପାରିନଥିଲେ । ଏହାପରେ ତୃତୀୟ ଟେଷ୍ଟ୍ ମ୍ୟାଚର ଚୂଡ଼ାନ୍ତ ଏକାଦଶରେ ବି ସେ ସାମିଲ ହୋଇ ପାରିନଥିଲେ । ଆଜି ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି ।