ଦକ୍ଷିଣ କୋରିଆରେ ଏସୀୟ ଆଥଲେଟିକ୍ସ ଚାମ୍ପିୟନସିପରେ ଚମକିଲେ ଓଡ଼ିଆ ଆଥଲେଟ୍ : ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଭାରତୀୟ ମହିଳା ଦଳ ୪୦୦ ମିଟର ରିଲେ ଦୌଡ଼ରେ ରୌପ୍ୟ ପଦକ ଜିତିଛନ୍ତି । ଏହି ଦଳରେ ସାମିଲ ଥିଲେ ଓଡ଼ିଆ ଝିଅ ଶ୍ରାବଣୀ ନନ୍ଦ ।

ଅଦ୍ୟତନ ହୋଇଛି
Odia Athletics

Odia Athletics Photograph: (Kanak News)

କନକ ବ୍ୟୁରୋ : ଦକ୍ଷିଣ କୋରିଆରେ ଖେଳାଯାଉଥିବା ଏସୀୟ ଆଥଲେଟିକ୍ସ ଚାମ୍ପିୟନସିପ-୨୦୨୫ ରେ ଚମକିଲେ ଓଡ଼ିଆ ଆଥଲେଟ୍ ଶ୍ରାବଣୀ ନନ୍ଦ ଓ ଅନିମେଶ କୁଜୁର । ଭାରତୀୟ ମହିଳା ଦଳ ୪୦୦ ମିଟର ରିଲେ ଦୌଡ଼ରେ ରୌପ୍ୟ ପଦକ ଜିତିଛନ୍ତି । ଏହି ଦଳରେ ସାମିଲ ଥିଲେ ଓଡ଼ିଆ ଝିଅ ଶ୍ରାବଣୀ ନନ୍ଦ । ଶ୍ରାବଣୀଙ୍କ ସହ ମହିଳା ରିଲେ ଦଳରେ ସ୍ନେହା ସତ୍ୟନାରାୟଣ ସାନୁଭାଲି, ଅବିନୟ ରାଜରଜନ୍‌ ଓ ନିତ୍ୟା ସାମିଲ ଥିଲେ । ୪୩.୮୬ ସେକେଣ୍ଡରେ ୪୦୦ ମିଟର ଅତିକ୍ରମ କରି ରୌପ୍ୟ ପଦକ ଜିତିଛି ଭାରତୀୟ ଟିମ୍ । 

ସେହିପରି ଓଡ଼ିଆ ଧାବକ ଅନିମେଶ କୁଜୁର ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ପୁରୁଷ ୨୦୦ ମିଟର ଦୌଡ଼ରେ କାଂସ୍ୟ ପଦକ ଜିତିଛନ୍ତି । ଅନିମେଶ ୨୦.୩୨ ସେକେଣ୍ଡରେ ଦୌଡ ସମାପ୍ତ କରି ତୃତୀୟ ସ୍ଥାନ ଅକ୍ତିଆର କରିବା ସହ ନିଜର ପୂର୍ବ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଭୟ ଓଡ଼ିଆ ଆଥଲେଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe