୨୦୧୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିଲେ ଏହି ଅଲ୍ରାଉଣ୍ଡର୍ । ତେବେ ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆରେ ପ୍ରତ୍ୟାବର୍ତ୍ତନ କରି ପାରିନଥିଲେ । ଏବେ ଅଚାନକ ସେ ଅବସର ଘୋଷଣା କରିଛନ୍ତି ।
୨୦୧୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିଲେ ଏହି ଅଲ୍ରାଉଣ୍ଡର୍ । ତେବେ ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆରେ ପ୍ରତ୍ୟାବର୍ତ୍ତନ କରି ପାରିନଥିଲେ । ଏବେ ଅଚାନକ ସେ ଅବସର ଘୋଷଣା କରିଛନ୍ତି ।
ରିଷି ଧାୱନଙ୍କ ଅନ୍ତର୍ଜାତୀୟ କ୍ୟାରିଅର ମାତ୍ର ୪ଟି ମ୍ୟାଚ୍ରେ ହିଁ ସୀମିତ ରହି ଯାଇଥିଲା । ୨୦୧୬ରେ ଡେବ୍ୟୁ କରିବା ପରେ ୩ଟି ଦିନିକିଆ ମ୍ୟାଚ୍ ଓ ମାତ୍ର ଗୋଟିଏ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳି ପାରିଥିଲେ ।
୨୦୧୬ରେ ଚମତ୍କାର ପ୍ରଦର୍ଶନ କରି ସେ ଟିମ୍ ଇଣ୍ଡିଆରେ ସ୍ଥାନ ପକ୍କା କରିଥିଲେ । ସେହି ବର୍ଷ ଏକ ରଣଜୀ ଟ୍ରଫିରେ ତ୍ରିପୁରା ବିପକ୍ଷରେ ଏକ ମ୍ୟାଚ୍ରେ ବୋଲିଂ କରି କ୍ୟାଚ୍ ଧରିବା ବେଳେ ବଲ୍ ତାଙ୍କ ମୁହଁରେ ବାଜିଥିଲା ।
ଫଳରେ ତାଙ୍କ ମୁହଁରେ ୪ଟି ସ୍ଥାନରେ ହାଡ଼ ଭାଙ୍ଗି ଯାଇଥିଲା । ଯାହା ଫଳରେ ସେ ୫ବର୍ଷ ପର୍ଯ୍ୟନ୍ତ ଆଉ କୌଣସି କ୍ରିକେଟ ମ୍ୟାଚ୍ ଖେଳି ପାରିନଥିଲେ । ଆଇପିଏଲ୍ରେ ସେ ପଞ୍ଜାବ କିଙ୍ଗ୍ସ ଦଳ ପକ୍ଷରୁ ଖେଳୁଥିଲେ ।
୫ ବର୍ଷ ପରେ ରିଷି ଧାୱନଙ୍କୁ ପୁଣିଥରେ ପଞ୍ଜାବ କିଙ୍ଗ୍ସ ଦଳ ପକ୍ଷରୁ ପଡ଼ିଆରେ ଦେଖିବାକୁ ମିଳିଥିଲା । ତେବେ ୨୦୨୨ରେ ସେ ଏକ ଫେସ୍ ମାସ୍କ ଲଗାଇ ବୋଲିଂ କରୁଥିବା ଦେଖିବାକୁ ମିଳିଥିଲା । ତେବେ ସେତେବେଳେ ତାଙ୍କ ବୋଲିଂରେ ଆଉ ସେ ଧାର ଦେଖିବାକୁ ମିଳିନଥିଲା ।
ବର୍ତ୍ତମାନ ସେ ସୀମିତ ଓଭର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । କିନ୍ତୁ ସେ ପ୍ରଥମ ଶ୍ରେଣୀୟ କ୍ରିକେଟ ଖେଳିବା ଜାରି ରଖିବେ ବୋଲି କହିଛନ୍ତି । ରଣଜୀରେ ହିମାଚଳ ଟିମ୍ ପକ୍ଷରୁ ଖେଳୁଥିବା ରିଷି ଧାୱନ ଦଳ ପାଇଁ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ।
ବର୍ତ୍ତମାନ ରଣଜୀରେ ଗ୍ରୁପ୍ ବି’ରେ ରହିଥିବା ବେଳେ ରିଷି ଧାୱନ ୧୧ଟି ୱିକେଟ୍ ନେବା ସହ ୩୯୭ ରନ୍ କରିଛନ୍ତି । ଦଳ କ୍ୱାର୍ଟର ଫାଇନାଲ୍କୁ ଯିବ ବୋଲି ଆଶା କରାଯାଉଛି ।
{{ primary_category.name }}