କନକ ବ୍ୟୁରୋ : ଏଣିକି ନିରପେକ୍ଷ ଭେନ୍ୟୁରେ ଖେଳିବେ ଭାରତ-ପାକିସ୍ତାନ । ୨୦୨୪ରୁ ୨୦୨୭ ମଧ୍ୟରେ ଦୁଇ ଦଳ ଯେଉଁ ଆଇସିସି ଇଭେଣ୍ଟ ଆୟୋଜନ କରିବେ ସେହି ଟୁର୍ଣ୍ଣାମେଣ୍ଟ ନିରପେକ୍ଷ ଭେନ୍ୟୁରେ ଖେଳାଯିବ । ଏନେଇ ଆଇସିସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଆସନ୍ତା ଫେବ୍ରୁଆରୀ-ମାର୍ଚ୍ଚରେ ପାକିସ୍ତାନରେ ଆଇସିସି ଚାମ୍ପିଅନ୍ସ ଟ୍ରଫି, ଆସନ୍ତାବର୍ଷ ଭାରତରେ ମହିଳା ବିଶ୍ୱକପ୍, ଭାରତ ଓ ଶ୍ରୀଲଙ୍କାରେ ୨୦୨୬ ଟି-୨୦ ବିଶ୍ୱକପ୍ ଆୟୋଜନ ହେବ । ଏସମସ୍ତ ଟୁର୍ଣ୍ଣାମେଣ୍ଟରେ ଏହି ନିୟମ ଲାଗୁ କରାଯିବ । ଜୟ ଶାହ ନୂଆ ଆଇସିସି ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ସମ୍ପର୍କରେ ଥିବା ସମସ୍ୟା ଦୂର ହୋଇଛି । ପିସିବି ୩ଟି ସର୍ତ୍ତ ଆଇସିସି ନିକଟରେ ରଖିଥିଲା ।
୨୦୩୧ ପର୍ୟ୍ୟନ୍ତ ଭାରତରେ ଖେଳାଯିବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ହାଇବ୍ରିଡ୍ ମଡେଲ, ୨୦୨୫ରେ ଚାମ୍ପିଅନ୍ସ ଟ୍ରଫିରେ ହାଇବ୍ରିଡ୍ ମଡେଲ ପାଇଁ କ୍ଷତିପୂରଣ ଏବଂ ଭାରତକୁ ନେଇ ତ୍ରିରାଷ୍ଟ୍ରୀୟ ସିରିଜ୍ ଆୟୋଜନ । ହେଲେ ଆଇସିସି ସମସ୍ତ ସର୍ତ୍ତକୁ ବାଦ୍ ଦେଇ କେବଳ ଦୁଇ ଦେଶରେ ଆୟୋଜିତ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ହାଇବ୍ରିଡ୍ ମଡେଲକୁ ଗ୍ରହଣ କରିଛି ।
ଆସନ୍ତା ଫେବ୍ରୁଆରୀରୁ ପାକିସ୍ତାନରେ ଖେଳାଯିବ ଆଇସିସି ଚାମ୍ପିଅନ୍ସ ଟ୍ରଫି । ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଗସ୍ତ କରିବାକୁ ଭାରତ ମନା କରିବା ପରେ ଟୁର୍ଣ୍ଣାମେଣ୍ଟ ଆୟୋଜନକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା। ଶେଷରେ ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ୍ ମଡେଲରେ ଖେଳାଯିବ ବୋଲି ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି।
Follow Us