ଆଇସିସିର ବଡ଼ ନିଷ୍ପତ୍ତି; ଜୁଲାଇ ୨ରୁ ସବୁ ଫର୍ମାଟ୍ କ୍ରିକେଟ୍ ପାଇଁ ବଦଳିବ ନିୟମ

ଏହା ସହିତ ପୁରୁଷ ଅନ୍ତର୍ଜାତୀୟ ଦିକିକିଆ କ୍ରିକେଟ୍ ମ୍ୟାଚ୍ ପାଇଁ ପ୍ରତି ପାଳି ଲାଗି ଗୋଟିଏ ନୂଆ ବଲ୍‌ ପରିବର୍ତ୍ତେ ୩୫ ଓଭର ପରଠାରୁ ଗୋଟିଏ ବଲ୍‌ରେ ଖେଳାଯିବ ବୋଲି କୁହାଯାଇଛି ।

43ee

kanak news

କନକ ବ୍ୟୁରୋ: କ୍ରିକେଟ୍‌କୁ ଅଧିକ ଆକର୍ଷଣୀୟ ଓ ପେସାଦାର କରିବା ଲକ୍ଷ୍ୟରେ ଆଇସିସି ସମସ୍ତ ଫର୍ମାଟ୍ ପାଇଁ ନୂଆ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ବାଉଣ୍ଡରି ନିକଟରେ ବନି ହପ୍ କ୍ୟାଚ୍ ଉପରେ ବି କଟକଣା ଲାଗୁ କରାଯାଇଛି । ଏହା ସହିତ ପୁରୁଷ ଅନ୍ତର୍ଜାତୀୟ ଦିକିକିଆ କ୍ରିକେଟ୍ ମ୍ୟାଚ୍ ପାଇଁ ପ୍ରତି ପାଳି ଲାଗି ଗୋଟିଏ ନୂଆ ବଲ୍‌ ପରିବର୍ତ୍ତେ ୩୫ ଓଭର ପରଠାରୁ ଗୋଟିଏ ବଲ୍‌ରେ ଖେଳାଯିବ ବୋଲି କୁହାଯାଇଛି ।

ଧଳାବଲ୍ ପାଇଁ ଘୋଷିତ ନୂଆ ନିୟମ ଜୁଲାଇ ୨ରୁ ଆରମ୍ଭ ହେବ । ଧଳାବଲ୍‌ରେ ଷ୍ଟପ୍ କ୍ଲକ୍ ନିୟମ ଲାଗୁ କରିବାର ବର୍ଷକ ପରେ ଏହାକୁ ଟେଷ୍ଟ୍ କ୍ରିକେଟ୍‌ରେ ବି ଲାଗୁ କରାଯାଇଛି । ଟେଷ୍ଟ୍ କ୍ରିକେଟ୍ ପାଇଁ ମଧ୍ୟ ସ୍ଲୋ ଓଭର୍ ରେଟ୍ ନିୟମ ଲାଗୁ କରାଯିବ । ପୂର୍ବ ଓଭର ଶେଷ ହେବାର ଗୋଟିଏ ମିନିଟ୍ ଭିତରେ ପରବର୍ତୀ ଓଭର ଆରମ୍ଭ ହେବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ବିଫଳ ହେଲେ ଦୁଇଟି ଚେତାବନୀ ପଏଣ୍ଟ୍‌ ମିଳିବା ବୋଲିଂ ଦଳ ଉପରେ ତତ୍‌କ୍ଷଣାତ ୫ ରନ୍ ପେନାଲ୍ଟି ବି ଲାଗୁ ହେବ ।

ପ୍ରତି ୮୦ ଓଭର ଅନ୍ତରାଳରେ ବୋଲିଂ ଦଳର ଚେତାବନୀ ପଏଣ୍ଟ 'ଶୂନ' ହୋଇଯିବ । ଉଦ୍ଦେଶ୍ୟମୂଳକ ଭାବେ ସର୍ଟ ରନ୍ ନିଆଯାଉଥିଲେ ବୋଲିଂ କରୁଥିବା ଦଳ ନିଷ୍ପତ୍ତି ନେବେ କେଉଁ ବ୍ୟାଟର୍ ଷ୍ଟ୍ରାଇକ୍ ପଟେ ରହିବେ । ଆଉ ଏକ ମଜାଦାର ନିୟମ ହେଉଛି ଯଦି କୌଣସି ଫିଲ୍ଡର ଉଦ୍ଦେଶ୍ୟମୂଳକ ଭାବେ ନକଲି କ୍ୟାଚ୍ ଦାବି କରେ ତେବେ ଟିଭି ଅମ୍ପାୟାର ଏହାକୁ ନୋ ବଲ୍ ଘୋଷଣା କରିପାରିବେ । ସ୍ବଚ୍ଛ କ୍ୟାଚ୍ ହୋଇ ନଥିଲେ ନୋ ବଲ୍‌ ପାଇଁ ବ୍ୟାଟିଂ ଦଳକୁ ଅତିରିକ୍ତ ରନ୍ ମିଳିବା କ୍ୟାଚ୍ ସ୍ବଚ୍ଛ ଥିଲେ ବ୍ୟାଟିଂ ଦଳ ସଂଗ୍ରହ କରିଥିବା ରନ୍ ଗଣାଯିବ । ବଲରେ ଲାଳ ରହିଥିଲେ ଏବେ ବଲ୍‌ ପରିବର୍ତ୍ତନ କରିବା ବାଧ୍ୟତାମୂଳକ ବି ହେବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe