କନକ ବ୍ୟୁରୋ : ଆସିଲା ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଖେଳସୂଚୀ । ଫେବ୍ରୁଆରୀ ୧୯ରୁ ଆରମ୍ଭ ହେବ ଚାମ୍ପିୟନ୍ସ ଟ୍ରପି । ଉଦଘାଟନୀ ମ୍ୟାଚ୍ ଖେଳିବେ ପାକିସ୍ତାନ-ନ୍ୟୁଜିଲାଣ୍ତ । ଫେବ୍ରୁଆରୀ ୨୩ରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ ଲିଗ୍ ମ୍ୟାଚ୍ । ଦୁବାଇରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍ । ଫେବ୍ରୁଆରୀ ୨୦ରେ ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯିବ ମ୍ୟାଚ୍ । ମାର୍ଚ୍ଚ ୯ରେ ଲାହୋରରେ ଖେଳାଯିବ ଫାଇନାଲ ମ୍ୟାଚ୍ । ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ତ ସହ ଖେଳିବ ଭାରତ ।
Check out the full fixtures for the ICC Champions Trophy 2025. pic.twitter.com/oecuikydca
— ICC (@ICC) December 24, 2024
ତେବେ ହାଇବ୍ରିଡ ମଡେଲରେ ହେବ ଏହି ଟୁର୍ଣ୍ଣାମେଣ୍ଟ । ଆଇସିସି ଆଗରେ ସର୍ତ୍ତ ରଖିଥିଲା ବିସିସିଆଇ । ସିକ୍ୟୁରିଟିକୁ ନେଇ ପାକିସ୍ତାନରେ ନ ଖେଳିବାକୁ ସର୍ତ୍ତ ରଖିଥିଲା ବିସିସିଆଇ । ସର୍ତ୍ତରେ ରାଜି ହୋଇଥିଲା ପାକିସ୍ତାନ । ପାକିସ୍ତାନ ମଧ୍ୟ କିଛି ସର୍ତ୍ତ ରକିଥିଲା । ୨୦୨୭ ଯାଏ ସମସ୍ତ ଆଇସିସି ଟୁର୍ଣ୍ଣାମେଣ୍ଟକୁ ହାଇବ୍ରିଡ ମଡେଲରେ ଖେଳିବାକୁ ପାକିସ୍ତାନ ମଧ୍ୟ ସର୍ତ୍ତ ରଖିଥିଲା ।
ବର୍ତ୍ତମାନ ପ୍ରକାଶ ପାଇଥିବା ଖେଳସୂଚୀରେ ଦର୍ଶାଯାଇଛି ଯେ, ଯଦି ଭାରତ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚେ, ତେବେ ଫାଇନାଲଟି ଦୁବାଇରେ ଖେଳାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/12/24/MA26TQO5u8yMU1245gOU.jpg)