ଆଡିଲେଡ୍ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ; ପଏଣ୍ଟ ଟେବୁଲରେ ୩ନଂକୁ ଖସିଲା

ଭାରତକୁ ୧୦ ୱିକେଟରେ ହରାଇଲା କଙ୍ଗାରୁ ଦଳ । ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ଦ୍ୱିତୀୟ ଟେଷ୍ଟ ହାରିଯାଇଛି ଭାରତ ।

IND vs AUS Test

କନକ ବ୍ୟୁରୋ : ଆଡିଲେଡ୍ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ । ଭାରତକୁ ୧୦ ୱିକେଟରେ ହରାଇଲା କଙ୍ଗାରୁ ଦଳ । ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ଦ୍ୱିତୀୟ ଟେଷ୍ଟ ହାରିଯାଇଛି ଭାରତ । ବର୍ତ୍ତମାନ ସିରିଜ ୧-୧ ରେ ବରାବର ରହିଛି । ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ହିଁ ଖେଳ ସମାପ୍ତ ହୋଇଯାଇଛି ।

ସେପଟେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ପଏଣ୍ଟ ଟେବୁଲରେ ତଳକୁ ଖସିଲା ଭାରତ । ଆଡିଲେଡ୍ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଖସିଲା ଭାରତ ।

ଆଡିଲେଡ ଓଭାଲରେ ଖେଳା ଯାଉଥିବା ପିଙ୍କ ବଲ ଟେଷ୍ଟରେ ଭାରତର ସ୍ଥିତି ଅତି ଶୋଚନୀୟ ରହିଥିଲା । ପ୍ରଥମ ଇନିଂସରେ ମାତ୍ର ୧୮୦ ରନ କରିଥିବା ଭାରତ ଦ୍ୱିତୀୟ ଇନିଂସରେ କେବଳ ୧୭୫ ରନ କରିପାରିଛି । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଟ୍ରାଭିସ ହେଡଙ୍କ ୧୪୦ ରନ ବଳରେ ୩୩୭ ରନ କରିଥିଲା । ଫଳରେ ଘରୋଇ ଟିମକୁ ୧୫୭ ରନର ଲିଡ ମିଳିଥିଲା । ୧୫୭ ରନ ପଛରେ ଥିବା ଭାରତ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୫ ୱିକେଟ ହରାଇ ୧୨୮ ରନ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe