କଳାଧନ ମହଜୁଦକାରୀଙ୍କ ପାଇଁ ହେଲା କାଳ : କୋଲକୋତା ଗଲ୍ଫ କ୍ଲବ ପାଖରୁ ମିଳିଲା ବ୍ୟାଗ ଭର୍ତି ୫୦୦ ଓ ହଜାର ଟଙ୍କିଆ ନୋଟ

27

vlcsnap-2016-11-13-12h06m35s450କୋଲକୋତା : କୋଲକୋତାର ଗଲ୍ଫ କ୍ଲବ୍ ଅଂଚଳରୁ ଏକ ବ୍ୟାଗ ଭର୍ତି ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟ୍ ଉଦ୍ଧାର କରାଯାଇଛି । ନୋଟ୍ ଗୁଡିକୁ ଖଣ୍ଡ ଖଣ୍ଡ କରି କେହି ବ୍ୟାଗରେ ଭର୍ତି କରି ଫୋପାଡି ଥିବାର ଦେଖାଯାଇଛି । ଗଲ୍ଫ କ୍ଲବର ଜଙ୍ଗଲିଆ ଅଂଚଳ ଭିତରେ ଏହି ବ୍ୟାଗ ପଡିଥିବାର ଲୋକମାନେ ଦେଖିବାକୁ ପାଇଥିଲେ । ଏନେଇ ପୋଲିସକୁ ଖବର ଦେବାପରେ ପୋଲିସ ପହଁଚି ବ୍ୟାଗକୁ ଜବତ କରିଛି ।

7ଏନେଇ ଅଧିକ ତଦନ୍ତ ଚଳାଇଛି ପଶ୍ଚିମବଙ୍ଗ ପୋଲିସ । କଳାଧନ ଉପରେ ରୋକ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିବା ପରେ ପ୍ରତ୍ୟକ ଦିନ ଏଭଳି ଘଟଣା ଦେଖିବାକୁ ମିଳୁଛି ।

ଦୁଇ ଦିନ ତଳେ ୟୁପିର ବରେଲୀରେ ଦୁଇ ବସ୍ତା ନୋଟ୍ ପୋଡି ଦିଆଯିବା ଅବସ୍ଥାରେ ଜବତ କରିଥିଲା ପୋଲିସ । ସେହିପରି ଗତକାଲି ଗଙ୍ଗା ନଦୀରେ ଟଙ୍କା ଭାସୁଥିବାର ଦେଖିବାକୁ ମିଳିଥିଲା ।

ଏହାସହ ଦେଖନ୍ତୁ –ଆତଙ୍କିତ କଳାଟଙ୍କା ମହଜୁଦକାରୀ : ପୋଡିଲେ ବସ୍ତା ବସ୍ତା ଟଙ୍କାର ନୋଟ