ଫସିଲେ ନୱାଜୁଦ୍ଦିନ୍ : ସାନ ଭାଇଙ୍କ ପତ୍ନୀ ଦେଲେ ଯୈାତୁକ ନିର୍ଯାତନା ଅଭିଯୋଗ

61

08bg_bgtki_iimb_9b_2503590fଉତର ପ୍ରଦେଶର ମୁଜାଫରନଗରରେ ରହୁଥିବା, ବଲିଉଡ ଫିଲ୍ମ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକଙ୍କ ନାଁରେ ଯୈାତୁକ ନିର୍ଯାତନା କେସ୍ । ନୱାଜୁଦ୍ଦିନଙ୍କ ସାନ ଭାଇ ମିନାଜୁଦ୍ଦିନଙ୍କ ପତ୍ନୀ ଆଫରିନ୍ ପୁଲିସରେ କରିଛନ୍ତି ଏହି ଅଭିଯୋଗ । ନୱାଜୁଦ୍ଦିନ୍ ଓ ତାଙ୍କ ପରିବାର ଲୋକେ ତାଙ୍କୁ ମିଶି ଦେଉଛନ୍ତି ମାନସିକ ଓ ଶାରୀରିକ ନିର୍ଯାତନା ।

ପୁଲିସ ଅଧିକାରୀ ବୁଢାନା ପୁଲିସକୁ ଏହାର ଯାଂଚ ପାଇଁ ଆଦେଶ ଦେଇଛନ୍ତି । ପୁଲିସ ସୂତ୍ରାନୁସାରେ ମୁଜାଫରନଗର ବୁଢନାରେ ରହୁଥିବା ଫିଲ୍ମ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକଙ୍କ ଛୋଟ ଭାଇ ମେରାଜୁଦ୍ଦିନ ସିଦ୍ଦିକଙ୍କ ବିବାହ ଏହି ବର୍ଷ ୩୧ ମେ’ରେ ଦିଲ୍ଲୀର ଜାଫରାବାଦରେ ହୋଇଥିଲା । ଛୋଟ ଭାଇଙ୍କ ପତ୍ନୀଙ୍କୁ ଯୈାତୁକ ନିର୍ଯାତନା ଓ ମାରପିଟ୍ କରିବାର ପୁଲିସରେ ଅଭିଯୋଗ କରିଛନ୍ତି ନିଜେ ସାନ ଭାଇଙ୍କ ପତ୍ନୀ  ଆଫରିନ୍ ।

nawazuddin-siddiqui_4c6c80f6-be84-11e5-b65a-c4d36a19bd7aପୀଡିତାଙ୍କ ଆରୋପ ଯେ ବିବାହ ପରେ ଶ୍ୱଶୁର ଘରଲୋକେ ନେଇଥିବା ଯୈାତୁକରେ ସନ୍ତୁଷ୍ଟ ନଥିଲେ । ଅତିରିକ୍ତ ଯୈାତୁକ ପାଇଁ ତାଙ୍କୁ ନାନା ନିର୍ଯାତନା ଦେଉଥିଲେ । ଶୁକ୍ରବାର ଦିନ ଏସପିଙ୍କ ଅଫିସରେ ପହଁଚି ଆଫରୀନ କହିଛନ୍ତି ଯେ ତାଙ୍କ ଗର୍ଭରେ ବଢୁଥିବା ପିଲାକୁ ମାରିବା ପାଇଁ ନୱାଜୁଦ୍ଦିନ୍ ପେଟକୁ ପ୍ରହାର କରିଥିଲେ । ମୁଜାଫରନଗର ପୁଲିସ ଅଧିକାରୀ ଏହାର ସତ୍ୟାସତ୍ୟ ବିଷୟରେ ଯାଂଚ ଆଦେଶ ଦେଇଛÿନ୍ତି । ଯାଂଚ ପରେ କେସକୁ ପୁଲିସ ଆଗକୁ ବଢାଇବେ।