ଉତର ପ୍ରଦେଶର ମୁଜାଫରନଗରରେ ରହୁଥିବା, ବଲିଉଡ ଫିଲ୍ମ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକଙ୍କ ନାଁରେ ଯୈାତୁକ ନିର୍ଯାତନା କେସ୍ । ନୱାଜୁଦ୍ଦିନଙ୍କ ସାନ ଭାଇ ମିନାଜୁଦ୍ଦିନଙ୍କ ପତ୍ନୀ ଆଫରିନ୍ ପୁଲିସରେ କରିଛନ୍ତି ଏହି ଅଭିଯୋଗ । ନୱାଜୁଦ୍ଦିନ୍ ଓ ତାଙ୍କ ପରିବାର ଲୋକେ ତାଙ୍କୁ ମିଶି ଦେଉଛନ୍ତି ମାନସିକ ଓ ଶାରୀରିକ ନିର୍ଯାତନା ।
ପୁଲିସ ଅଧିକାରୀ ବୁଢାନା ପୁଲିସକୁ ଏହାର ଯାଂଚ ପାଇଁ ଆଦେଶ ଦେଇଛନ୍ତି । ପୁଲିସ ସୂତ୍ରାନୁସାରେ ମୁଜାଫରନଗର ବୁଢନାରେ ରହୁଥିବା ଫିଲ୍ମ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକଙ୍କ ଛୋଟ ଭାଇ ମେରାଜୁଦ୍ଦିନ ସିଦ୍ଦିକଙ୍କ ବିବାହ ଏହି ବର୍ଷ ୩୧ ମେ’ରେ ଦିଲ୍ଲୀର ଜାଫରାବାଦରେ ହୋଇଥିଲା । ଛୋଟ ଭାଇଙ୍କ ପତ୍ନୀଙ୍କୁ ଯୈାତୁକ ନିର୍ଯାତନା ଓ ମାରପିଟ୍ କରିବାର ପୁଲିସରେ ଅଭିଯୋଗ କରିଛନ୍ତି ନିଜେ ସାନ ଭାଇଙ୍କ ପତ୍ନୀ ଆଫରିନ୍ ।
ପୀଡିତାଙ୍କ ଆରୋପ ଯେ ବିବାହ ପରେ ଶ୍ୱଶୁର ଘରଲୋକେ ନେଇଥିବା ଯୈାତୁକରେ ସନ୍ତୁଷ୍ଟ ନଥିଲେ । ଅତିରିକ୍ତ ଯୈାତୁକ ପାଇଁ ତାଙ୍କୁ ନାନା ନିର୍ଯାତନା ଦେଉଥିଲେ । ଶୁକ୍ରବାର ଦିନ ଏସପିଙ୍କ ଅଫିସରେ ପହଁଚି ଆଫରୀନ କହିଛନ୍ତି ଯେ ତାଙ୍କ ଗର୍ଭରେ ବଢୁଥିବା ପିଲାକୁ ମାରିବା ପାଇଁ ନୱାଜୁଦ୍ଦିନ୍ ପେଟକୁ ପ୍ରହାର କରିଥିଲେ । ମୁଜାଫରନଗର ପୁଲିସ ଅଧିକାରୀ ଏହାର ସତ୍ୟାସତ୍ୟ ବିଷୟରେ ଯାଂଚ ଆଦେଶ ଦେଇଛÿନ୍ତି । ଯାଂଚ ପରେ କେସକୁ ପୁଲିସ ଆଗକୁ ବଢାଇବେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/Nawazuddin-Siddique.jpg)